www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପ୍ରଭାବ : ୨୬ଟି ୟୁରୋପୀୟ ଦେଶ ଉପରେ ଯାତ୍ରା କଟକଣା ଲାଗୁ କଲା ଆମେରିକା

ୱାଶିଂଟନ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପ ଗସ୍ତ ଉପରେ କେତେକ କଟକଣା ଲାଗୁ କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ଟ୍ରମ୍ପ କହିଛନ୍ତି ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ୨୬ଟି ୟୁରୋପୀୟ ଦେଶକୁ ଗସ୍ତ ଉପରେ ଯାତ୍ରା କଟକଣା ଲାଗୁ କରାଯାଇଛି। ସେହିପରି  ୟୁରୋପରୁ ଆସୁଥିବା ସାମଗ୍ରୀ ଉପରେ ମଧ୍ୟ ଏହା ଲାଗୁ ହେବ।

ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହାଦ୍ବାରା ଆମେରିକୀୟ ନାଗରିକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ। ୟୁରୋପୀୟ ଦେଶଗୁଡିକ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ୟୁରୋପୀୟ ସଂଘ ଏହାକୁ ତୀବ୍ର ସମାଲୋଚନା କରିଛି।

- Advertisement -

ଆସନ୍ତାକାଲି ମଧ୍ୟରାତ୍ରିରୁ ଏହି ନୂଆ ନିୟମ ଲାଗୁ ହେବ। ତେବେ ବ୍ରିଟେନ୍‍ ଗସ୍ତ ଉପରେ ଏହି କଟକଣା ଲାଗୁ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧୧୩୫ ଜଣ କରୋନା ଭୂତାଣୁ  ଦ୍ବାରା ସଂକ୍ରମିତ ହୋଇଛନ୍ତି ଏବଂ ୩୮ ଜଣଙ୍କର ମୃତ୍ୟୁ ଘଟିଛି।

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories