www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀରେ କରୋନା ପ୍ରଭାବ: ସ୍କୁଲ୍‌, କଲେଜ ପରେ ୩୧ ତାରିଖ ଯାଏ ସବୁ ସିନେମା ହଲ୍ ବନ୍ଦ

ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ନିଜ କାୟା ବିସ୍ତାର କରି ଚାଲିଛି। ଦିଲ୍ଲୀରେ ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀର ପରୀକ୍ଷା ଚାଲିଥିବା କେତୋଟି ସ୍କୁଲ, କଲେଜକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ସ୍କୁଲ, କଲେଜକୁ ୩୧ ତାରିଖ ଯାଏ ବନ୍ଦ କରିବା ପରେ ଏବେ ସିନେମା ହଲଗୁଡ଼ିକ ମଧ୍ୟ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଉପରାଜ୍ୟପାଳଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। କରୋନାର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ପରାମର୍ଶ ଦେଇଛି। ପରାମର୍ଶ ଅନୁଯାୟୀ, ଗୋଟିଏ ସ୍ଥାନରେ ଶତାଧିକ ଲୋକଙ୍କୁ ସମବେତ ହେବାକୁ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି।

ଏହି ଘୋଷଣା କରି କେଜ୍ରିୱାଲ କହିଛନ୍ତି, କରୋନାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହା ସହ ଲଢିବାକୁ ଦିଲ୍ଲୀରେ ପର୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଏମ୍ସ ଏବଂ ଅନ୍ୟ ଏକ ହସ୍ପିଟାଲରେ କରୋନା ପରୀକ୍ଷଣର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଆକ୍ରାନ୍ତମାନଙ୍କ ପର୍ୟ୍ୟବେକ୍ଷଣ ଓ ତାଙ୍କ ଦେଖାଶୁଣା ପାଇଁ ପ୍ରାୟ ୨୫ଟି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯଦି ଆବଶ୍ୟକ ପଡ଼େ ଏନେଇ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories