www.samajalive.in
Saturday, December 6, 2025
19.1 C
Bhubaneswar

ତିନୋଟି ରିଅର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଗାଲାକ୍ସି ଏ-୨୦ଏସ୍

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ଶନିବାର ଭାରତରେ ତାର ନୂଆ ସ୍ବାର୍ଟଫୋନ ଗାଲାକ୍ସି ଏ-୨୦ଏସର ବଜାର ପ୍ରବେଶ କରିଛି। ଏହି ଫୋନକୁ ସର୍ବପ୍ରଥମେ ଗତ ମାସରେ ମାଲେସଆରେ ଲଞ୍ଚ କରାଯାଇଥିଲା। ଏହି ପୋନ ହେଉଛି ସାମସଙ୍ଗ ଗାଲାକ୍ସି ଏ-୨୦ର ଅପଗ୍ରେଡ ଭର୍ସନ।
ଭାରତୀୟ ବଜାରରେ ଏହି ଫୋନର ମୂଲ୍ୟ – ଏହାର ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୧୧ହଜାର ୯୯୯ଟଙ୍କା। ସେହିଭଳି ଏହାର ୪ଜିବି ରାମ, ୬୪ଜିବି ମହେଲ ଫୋନର ମୂଲ୍ୟ ୧୩ହଜାର ୯୯୯ଟଙ୍କା।
ସାମସଙ୍ଗ ଗାଲାକ୍ସି ଏ-୨୦ଏସର ବିଶେଷତ୍ବ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ୱାନ ୟୁଆଇ ମିଳିବ। ଏହାବ୍ୟତୀତ ଫୋନରେ ୬.୫ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୭୨୦/୧୫୬୦ ପିକ୍ସଲ। ଏଥିରେ କ୍ବାଲାକମର ସ୍ନାପଡ୍ରାଗନ୍ ୪୫୦ପ୍ରୋସେସର ଏବଂ ୪ଜିବି ପର୍ୟ୍ୟନ୍ତ ରାମ ରହିଛି।

pic courtesy-soyacincau.com

ଏହି ଫୋନରେ ତିନୋଟି ରିଅର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏଫ/୧.୮ଫିର୍ଚର, ଦ୍ବିତୀୟଟି ୮ମେଗାପିକ୍ସେଲ ଅଲ୍ଟ୍ରା ୱାଇଣ୍ଡ ଆଙ୍ଗଲ ଏବଂ ତୃତୀୟଟି ୫ମେଗାପିକ୍ସେଲର ଡେପ୍ଥ ସେନସର ରହିଛି। ଫୋନରେ ୮ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।
ଗାଲାକ୍ସି ଏ-୨୦ଏସରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ୍, ୟୁଏସବି ଟାଇପ-ସି ଚାର୍ଜିଙ୍ଗ ପୋର୍ଟ ଏବଂ ୩.୫ଏମ୍ଏମ୍ ହେଡଫୋନ ଜ୍ୟାକ ରହିଛି। ଫୋନରେ ଟିପଚିହ୍ନ ସେନସର ଏବଂ ୧୫ୱାଟ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲା ଭଳି ୪ହଜାର ଏମ୍ଏଚ୍ ବ୍ୟାଟେରୀ ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories