www.samajalive.in
Monday, December 8, 2025
24.1 C
Bhubaneswar

ମାଓ-ପୁଲିସ ଗୁଳି ବିନିମୟ ; ବିପୁଳ ମାଓ ସାମଗ୍ରୀ ଜବତ

ପାଟଣାଗଡ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟବର୍ତ୍ତୀ ତଥା ଗନ୍ଧମାର୍ଦ୍ଦନ ପାହାଡ ପାଦ ଦେଶରେ ଅବସ୍ଥିତ କନ୍ଦରାଭଟାସ୍ଥିତ ଜଳମହାଦେବ ନିକଟରେ ଶନିବାର ଅପରାହ୍ଣରେ ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ  ଗୁଳି ବିନିମୟ ଘଟିଥିବା ଜଣାଯାଇଛି।  ମୃତାହତ ସଂପର୍କରେ କୌଣସି ସୂଚନା ମିଳି ପାରିନଥିବା ବେଳେ ମାଓବାଦୀମାନେ ସେମାନଙ୍କ ନିଜସ୍ୱ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। ଫଳରେ ପୁଲିସ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି।

ସୂଚନା ଅନୁଯାୟୀ,  ଶନିବାର ସକାଳୁ ଏସଓଜି ଏବଂ ଡିଭିଏଫ୍‍ ପକ୍ଷରୁ ମିଳିତ ଭାବରେ ଗନ୍ଧମାର୍ଦ୍ଦନ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ଅପରାହ୍ଣ ପ୍ରାୟ ୧ ଘଣ୍ଟା ସମୟରେ ଜଳମହାଦେବ ମନ୍ଦିର ନିକଟରେ ଏକ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ ପୁଲିସ ଉକ୍ତ କ୍ୟାମ୍ପକୁ ଘେରିଯାଇଥିଲା। ଏହାର ଜବାବରେ ମାଓବାଦୀଙ୍କ ପକ୍ଷରୁ ପୁଲିସ ଉପରକୁ ଗୁଳି ବର୍ଷଣ ହେବା ମାତ୍ରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା। ବେଶ୍‍ କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ଉକ୍ତ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ଓøଷଧ, ମାଓ ପ୍ରଚାର ପତ୍ର, ଛତା, ପୋଷାକ, ରନ୍ଧା ଖାଦ୍ୟ, ରନ୍ଧନ ସାମଗ୍ରୀ ଇତ୍ୟାଦି ବହୁ ସାମଗ୍ରୀ ଜବତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ତେବେ କ୍ୟାମ୍ପରେ କଳାପଟା ଟଙ୍ଗାଯାଇ ପାଠ ପଢାଯାଉଥିବା ଦେଖିବାକୁ ମିଳିବା ପରେ ସେଠାରେ ମାଓ ଟ୍ରେନିଂ ଚାଲିଥିବା ଅନୁମାନ କରାଯାଉଛି। ବଲାଙ୍ଗିର ଏସପି ସନ୍ଦୀପ ମାଡକର ସେଠାରେ ଉପସ୍ଥିତ ରହି ତୀକ୍ଷ୍ନ ନଜର ରଖିଥିବା ଜଣାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories