ସାମସଙ୍ଗ ଆଣିଲା ନୂଆ ଦମଦାର ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଭାରତରେ ସାମସଙ୍ଗର ସ୍ମାର୍ଟଫୋନ୍ ଗ୍ୟାଲେକ୍ସି ଏଫ୍ ୫୫ ୫ଜିର ଏଣ୍ଟ୍ରି ହୋଇଯାଇଛି । ଏହା ସ୍ମାର୍ଟଫୋନ କମ୍ପାନୀର ପ୍ରିମିୟମ୍ ଗ୍ୟାଲେକ୍ସି ଏଫ୍ ସିରିଜର ଏକ ଅଂଶ  । ଗ୍ୟାଲେକ୍ସି ଏଫ୍ ୫୫ରେ ସୁନ୍ଦର ଏବଂ ପ୍ରିମିୟମ୍ ଭେଗାନ ଲେଦର ଫିନିଶ୍ ବ୍ୟାକ୍ ପ୍ୟାନେଲ ସହିତ ଏହାକୁ ଖୁବ୍ ଆକର୍ଷକ ଡିଜାଇନରେ ପ୍ରସ୍ତୁତ କରାଯାଇଛି । ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟରେ ଏହାର ସେଲ୍ ଲାଇଭ୍ ହୋଇଯାଇଛି । ୟୁଜର୍ସ ଏହି ସ୍ମାର୍ଟଫୋନକୁ ପ୍ରାୟ ୨୪,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ପାଇପାରିବେ । ଏହାକୁ ୨ଟି ରଙ୍ଗ ଭେରିଏଣ୍ଟ କ୍ରଶ ଏବଂ ରେଜିନ୍ ବ୍ଲାକରେ ପାଇପାରିବେ ଗ୍ରାହକ । ଏହା ସହିତ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି ।

ସ୍ମାର୍ଟଫୋନ୍ ଗ୍ୟାଲେକ୍ସି ଏଫ୍ ୫୫ର ଫିଚର୍ସ କଥା କହିବା ତ ଏଥିରେ ଆପଣଙ୍କୁ ୬.୭ ଇଞ୍ଚର ଫୁଲ ଏଚଡି ସୁପର ଆମୋଲେଡ୍ ଡିସପ୍ଲେ ପ୍ୟାନେଲ୍ ମିଳିବ । ଏହା ଏକ ହଜାର ନିଟ୍ସ ବ୍ରାଇଟନେସ୍ ସହିତ ଆସୁଛି । ଭିଜନ ବୁଷ୍ଟର ଟେକନିକ୍ ଜରିଆରେ ୟୁଜର୍ସ ପ୍ରବଳ ଖରାରେ ମଧ୍ୟ ସହଜରେ ସ୍କ୍ରିନକୁ ଦେଖିପାରିବେ । ଏହା ସହିତ ଏହାର ରିଫ୍ରେଶ୍ ରେଟ୍ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ଯେଉଁଥିରେ ଆପଣ ସାମାଜିକ ଗଣମାଧ୍ୟମରେ ସହଜରେ ସ୍କୋଲ୍ କରିପାରିବେ । ଅପରେଟିଂ ସିଷ୍ଟମ କଥା କହିବା ତ ୟୁଜର୍ସଙ୍କୁ ୪ ବର୍ଷର ଆଣ୍ଡ୍ରଏଡ୍ ଅପଗ୍ରେଡ୍ସ ଏବଂ ୫ ବର୍ଷର ସିକ୍ୟେରିଟି ଅପଡେଟ୍ସ ମିଳିବ ।

ସାମସଙ୍ଗ ଗ୍ୟାଲେକ୍ସି ଏଫ୍ ୫୫ରେ ୪ ଏନଏମ୍ କ୍ବାଲକମ୍ ସ୍ନାପଡ୍ରାଗନ ୭ ଜେନ୍ ୧ ପ୍ରୋସେସର ଆସିବ ଯାହା ଏକ ସମୟରେ ଅନେକ କାମ କରିବାକୁ ଅନୁମତି ଦେବ । ସ୍ମାର୍ଟଫୋନ୍ ୫ଜିର ସ୍ପିଡ୍ ଏବଂ କନେକ୍ଟିଭିଟିକୁ ସପୋର୍ଟ କରିବ ଯାହା ଫଳରେ ୟୁଜର୍ସ ସମ୍ପୂର୍ଣ୍ଣ ରୂପେ କନେକ୍ଟେଡ୍ ରହିପାରିବେ । ଏଥିରେ ଶୀଘ୍ର ଡାଉନଲୋଡ୍, ସ୍ମୁଥ୍ ଷ୍ଟ୍ରିମିଂ ଏବଂ ବିନା କୌଣସି ଅସୁବିଧାରେ ତୀବ୍ର ଗତିରେ ବ୍ରାଉଡିଂ କରିପାରିବେ । ପ୍ରୋସେସର ହାଇ କ୍ବାଲିଟି ବିଶିଷ୍ଟ ଅଡିଓ ଏବଂ ଭିଜୁଆଲ୍ ସହିତ ହାଇ ସ୍ପିଡ୍ କନେକ୍ଟିଭିଟି ସହିତ ଏକ ସ୍ପିଡ୍ ମୋବାଇଲ ଗେମିଂ ଅନୁଭୂତି ମଧ୍ୟ ମିଳିବ । କ୍ୟାମେରା କଥା କହିବା ତ ଏଥିରେ ୫୦, ୫ ଏବଂ ୨ ଏମପିର କ୍ୟାମେରା ସେଟଅପ୍ ଦିଆଯାଇଛି । ସେଲ୍ଫି ପାଇଁ ୫୦ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି । ଏହା ବ୍ୟତୀତ କ୍ୟାମେରା ସେଟଅପରେ ୮ ଏମପିର ଅଲ୍ଟ୍ରା ଓ୍ବାଇଡ୍ ସେନ୍ସର ଦିଆଯାଇଛି । ଏଥିରେ ୫ ହଜାର ଏମଏଏଚର ବ୍ୟାଟେରୀ ରହିଛି ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।

Comments are closed.