ରବିବାର ଗଡିବ ସମଝୋତା ଏକ୍ସପ୍ରେସ
![](https://samajalive.in/wp-content/uploads/2019/03/Railway.jpg)
ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ପ୍ରଭାବ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେହିପରି ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୋତା ଏକ୍ସପ୍ରେସକୁ ବନ୍ଦ କରାଯାଇଥିଲା। ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନକୁ ଭାରତକୁ ଛଡାଯିବା ପରେ ରବିବାର ସମଝୋତା ଏକ୍ସପ୍ରେସ ଚାଲିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ ଫେବୃଆରୀ ୨୭ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୋତା ଏକ୍ସପ୍ରେସ ଚାଲିପାରିବ ନାହିଁ ଜଣାପଡିଥିଲା। ଏହି ଟ୍ରେନ ସେବା ୧୯୭୬ ଜୁଲାଇ ୨୨ ତାରିଖରେ ଆରମ୍ଭ ହୋଇଥିଲା। ସପ୍ତାହରେ ଦୁଇ ଦିନ ଏହି ଟ୍ରେନ ଚାଲିଥାଏ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)