ଏନଆଇଏ ଭଳି ବାଦୀ ଥିଲେ, ପ୍ରତିବାଦୀର କି କାମ: କୋର୍ଟ

0

ନୂଆଦିଲ୍ଲୀ: ଯେତେବେଳେ ମକଦ୍ଦମା ପରିଚାଳନା ପାଇଁ ଏନଆଇଏ ଭଳି ସଂସ୍ଥା ଅଛି, ସେଠାରେ ପ୍ରତିପକ୍ଷ ଓକିଲଙ୍କ ଅବଶ୍ୟକତା କଣ ଅଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଭର୍ତ୍ସନା କରି ଏହା କହିଛନ୍ତି ସମଝୋତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଜଗଦୀପ ସିଂହ। ଜଷ୍ଟିସ ସିଂହ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏନଆଇଏ ସଠିକ ପ୍ରମାଣ ଉପସ୍ଥାପନ ନ କରିବା ଫଳରେ ଦୋଷୀମାନଙ୍କୁ ମୁକ୍ତ କରିବାକୁ ପଡିଲା।

ସମଝୋତା ଏକ୍ସପ୍ରେସ ବିସ୍ଫୋରଣରେ ୧୦ଜଣ ଭାରତୀୟ ଏବଂ ୪୩ଜଣ ପାକିସ୍ତାନୀଙ୍କ ସମେତ ୬୮ଜଣ ମୃତ୍ୟୁବରଣ କରିଥିଲେ। ଏହି ଘଟଣାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ବିଚାରପତି ଜଗଦୀପ ସିଂହ ଆତଙ୍କବାଦୀ ଘଟଣାର ଯାଞ୍ଚ ପାଇଁ ଉଦ୍ଦିଷ୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ତାଗିଦ କରି କହିଛନ୍ତି ଯେ, ବାଧ୍ୟରେ ଦୋଷୀମାନଙ୍କୁ ମୁକ୍ତ କରିବାକୁ ପଡିଲା।

Leave A Reply