www.samajalive.in
Saturday, December 6, 2025
19.1 C
Bhubaneswar

ଧାର୍ମିକ ମହତ୍ତ୍ୱରେ ଶମି ବୃକ୍ଷ

ପ୍ରତ୍ୟେକ ବୃକ୍ଷର ନିଜ ଭିତରେ ଏକ ବିଶେଷ ଗୁଣ ଥାଏ। ତାହାର ଆକୃତି, ରଙ୍ଗ , ସୁଗୁନ୍ଧ, ଫୁଲ ଓ ଫଳର ଭିନ୍ନ ଭିନ୍ନ ପ୍ରଭାବ କାରଣରୁ ବିଭିନ୍ନ ଗ୍ରହଙ୍କ ସହ ସମ୍ବନ୍ଧ ରହିଥାଏ। ଗ୍ରହ ସହ ସମ୍ବନ୍ଧିତ ବୃକ୍ଷ ଲଗାଇ ତାହାର ଯତ୍ନ ତଥା ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ଶନିଙ୍କ ସହ ସମ୍ବନ୍ଧିତ ଥିବା ବୃକ୍ଷର ନାମ ଶମି ବୃକ୍ଷ କୁହାଯାଏ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଓ ପୀଡ଼ାରୁ ମୁକ୍ତି ପାଇଁ ଶମି ବୃକ୍ଷର ବିଶେଶ ପୂଜାର୍ଚ୍ଚନା କରାଯାଏ।
ଏହି ବୃକ୍ଷର ଧାର୍ମିକ ମହତ୍ତ୍ୱ ….
କୁହାଯାଇଥାଏ ଯେ, ପ୍ରଭୁ ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିବା ପୂର୍ବରୁ ଏହି ଶମି ବୃକ୍ଷର ପୂଜା କରିଥିଲେ।
ପାଣ୍ଡବମାନେ ଅନ୍ତବାସ ସମୟରେ ନିଜର ଅସ୍ତ୍ରଶସ୍ତ୍ର ଏହି ବୃକ୍ଷ ନିକଟରେ ଲୁଚାଇଥିଲେ। ତେଣୁ ଏହି ବୃକ୍ଷକୁ ଅଦ୍ଭୁତ ଶକ୍ତିର ପ୍ରତୀକ ବୋଲି କୁହାଯାଏ।
ଯେକୌଣସି ଭୂମିର ମାଟିରେ ଏହି ବୃକ୍ଷ ବଢିଥାଏ।
ଏହି ବୃକ୍ଷରେ ଛୋଟ ଛୋଟ କଣ୍ଟା ମଧ୍ୟ ଅଛି, ଯେଉଁ କାରଣରୁ ଏହି ବୃକ୍ଷର କୌଣସି ଜୀବଜନ୍ତୁଙ୍କ ଦ୍ୱାରା କ୍ଷତି ହୋଇପାରେ ନାହିଁ।
ଏହାର କଠୋର ଗୁଣ ଓ ଶାନ୍ତ ସ୍ୱଭାବ କାରଣରୁ ଏହାର ସମ୍ବନ୍ଧ ଶନିଗ୍ରହଙ୍କ ସମ୍ବନ୍ଧିତ ବୋଲି କୁହାଯାଏ।
ଏହି ବୃକ୍ଷ ସ୍ଥାପନା କିପରି କରିବେ….
ଶମି ବୃକ୍ଷକୁ ବିଜୟାଦଶମୀ ଦିନ ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।
ଏହାକୁ ଶନିବାର ଦିନ ମଧ୍ୟ ଲଗାଇ ପାରିବେ। ଏହାକୁ ମାଟିରେ କିମ୍ବା ଫୁଲ କୁଣ୍ଡରେ ଘରର ମୁଖ୍ୟ ଦ୍ୱାର ନିକଟରେ ଲଗାଇ ପାରିବେ।
ସକାଳ ସମୟରେ ଏହି ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ଉଚିତ।
କେଉଁ ଉପାୟରେ ଏହି ବୃକ୍ଷର ପୂଜା କଲେ ମିଳେ ଶୁଭଫଳ ….
ଘରର ନିକଟରେ ଲଗାଇଥିବା ଏହି ବୃକ୍ଷ ନିକଟରେ ପ୍ରତ୍ୟେକ ଶନିବାର ଦୀପ ଲଗାନ୍ତୁ।
ସୋରିଷ ତେଲରେ ଏହି ଦୀପ ଲଗାଇବା ଉଚିତ।
ନିୟମିତ ଭାବେ ଏହି ବୃକ୍ଷର ପୂଜାର୍ଚ୍ଚନା କରିବା ଦ୍ୱାରା ଶନିଙ୍କ ଦଶାରୁ ମୁକ୍ତି ମିଳିଥାଏ।
ଏହି ବୃକ୍ଷର ପତ୍ର ଯେତେ ଅଧିକ ଘନ ହେବ, ଧନସମ୍ପତ୍ତି ସେତେ ପରିମାଣରେ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ।
ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ଜନିତ ସମସ୍ୟା ଥିଲେ, ଏହି ବୃକ୍ଷର ପୂଜା ଏହାର କାଠକୁ କଳା ରଙ୍ଗର ସୂତାରେ ଧାରଣ କଲେ ସମସ୍ୟାରୁ ମୁକ୍ତି ମିଳେ ବୋଲି କୁହାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories