www.samajalive.in
Saturday, December 6, 2025
16.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ବୈଠକ: ଚୁଡ଼ାନ୍ତ ହେଲା ଗଙ୍ଗାଧର ନ୍ୟାସ୍‌ନାଲ ଜାତୀୟ ପୁରସ୍କାର

ବୁର୍ଲା: ବୁର୍ଲା ଜ୍ୟୋତିବିହାର କ୍ୟାମ୍ପସ ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନଲାଇନ ମାଧ୍ୟମରେ କରୋନା କଟକଣା ମଧ୍ୟରେ ସୀମିତ ବ୍ୟବସ୍ଥା ମଧ୍ୟରେ ସମାପିତ ହୋଇଥିଲା। ଏହି ସିଣ୍ଡିକେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ସଚିବ ଅଶ୍ୱିନୀ ମିଶ୍ର, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକ ପ୍ରଭାବତି ଗୁରୁ ଅନଲାଇନରେ ଉପସ୍ତିତ ରହିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗର ପ୍ରଫେସର ବିଶ୍ୱଜିତ ଶତପଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷ ପ୍ରଫେସର ଅର୍କ କେଶରୀ ଦାସ ମହାପାତ୍ର, ସିଡ଼ିସି ଚେୟାରମେନ ପି.କେ.ମହାପାତ୍ର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଶୀତାରାମ ପଟେଲ ପ୍ରମୁଖ ଉପସ୍ତିତ ରହିଥିଲେ।

ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ଚୁଡ଼ାନ୍ତ ରହିଥିଲା। ମୁଖ୍ୟତଃ ଏହି ଏଜେଣ୍ଡାରେ ୨୦୧୯ବର୍ଷ ପାଇଁ ଗଙ୍ଗାଧର ଜାତୀୟ ପୁରସ୍କାର ପାଇଁ ଚୁଡ଼ାନ୍ତ ଯୋଗ୍ୟ କବିଙ୍କ ନାମ ଚୁଡ଼ାନ୍ତ ହୋଇଥିଲା। ଏହା ସହିତ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପାଇଥିବା ଅଧ୍ୟାପକ ମାନଙ୍କ ଦୁଇବର୍ଷ ପରାନ୍ତ ନିଶ୍ଚିତକରଣ ହୋଇଥିବା ଜଣାପଡ଼ିଛି। ଏହା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ପଦୋନ୍ନତି ଚୁଡ଼ାନ୍ତ ହୋଇଛି। ଏହି ପଦୋନ୍ନତି କ୍ଷେତ୍ରରେ ଷ୍ଟେଜ-୧ କର୍ମ·ରୀଙ୍କୁ ଷ୍ଟେଜ-୨କୁ ଏବଂ ଷ୍ଟେଜ-୨ର କର୍ମ·ରୀଙ୍କୁ ଷ୍ଟେଜ୩କୁ ପଦୋନ୍ନତି ଚୁଡ଼ାନ୍ତ ହୋଇଥିଲା।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories