www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁର ପୁରୁଣା ବେସରକାରୀ ବସଷ୍ଟାଣ୍ଡ: ୧୩ ହଜାର ବର୍ଗଫୁଟରେ ନିର୍ମାଣ ହେବ ବହୁତଳ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ, ବ୍ୟୟ ଅଟକଳ ୬୬ କୋଟି

ସମ୍ବଲପୁର: ସମ୍ବଲପୁରର କେନ୍ଦ୍ରସ୍ଥଳରେ ରହିଥିବା ପୁରୁଣା ବେସରକାରୀ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ବିରାଟ ଓ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ବିଗତ ଦିନରେ ଏଡିଏ ଅଧିନରେ ଥିବା ଏହି ଦୋକାନ ଘର ଗୁଡିକୁ ଭଙ୍ଗାଯାଇ ଅଞ୍ଚଳକୁ ସମତଳ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ଅଞ୍ଚଳରେ ଏକ ବହୁତଳ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବ ବୋଲି ମହାନଗର ନିଗମ କମିଶନର ବେଦ ଭୂଷଣ କହିଛନ୍ତି।

ସେ କହିଛନ୍ତି ଯେ, ସହରର ମଧ୍ୟଭାଗରେ ରହିଥିବା ଏହି ଜମିଟି ଏସଡିଏ ଅଧିନରେ ରହିଥିବା ବେଳେ ପ୍ରାୟ ୧୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଏଠାରେ ବହୁତଳ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହେବ। ଏହି ମାର୍କେଟ କମ୍ପେ୍ଲକ୍ସକୁ ପିପିପି (ପବ୍ଲିକ ପ୍ରାଇଭେଟ ପାର୍ଟନରସିପ) ମୋଡରେ ନିର୍ମାଣ କରାଯିବ। ଏଥି ପାଇଁ ଏକ ନକ୍ସା ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରାଇଭେଟ ପାର୍ଟି ପ୍ରକ୍ରିୟା ଅନୁଯାୟୀ ନିର୍ମାଣ ଦାୟିତ୍ୱ ପାଇବା ପରେ ଏହି ନକ୍ସାରେ କିଛିଟା ପରବର୍ତ୍ତନ ହୋଇ ପାରେ। ଏହି ମାର୍କେଟ କମ୍ପେ୍ଲକ୍ସର ନିର୍ମାଣରେ ୬୬ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳ ହେବ ବୋଲି ପ୍ରାଥମିକ ସ୍ତରରେ ଆକଳନ କରାଯାଇଛି।

- Advertisement -

ମାର୍କେଟ କମ୍ପେ୍ଲକ୍ସରେ ପାର୍କିଂ ପାଇଁ ବେସମେଣ୍ଟରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିବ। ପ୍ରତି ଫ୍ଲୋର ଅତିକମରେ ୧୩ ହଜାର ବର୍ଗଫୁଟ ରହିବ। ଏଥି ଗ୍ରାଉଣ୍ଡ ଫ୍ଲୋର ଏବଂ ଉପରକୁ ଆହୁରୀ ୬ ମହଲାର ପ୍ରସ୍ତାବ ରହିଛି। ପିପିପି ମୋଡରେ ନିର୍ମିତ ହେବାକୁ ଥିବା ଏହି ମଲ ଜରିଆରେ ଏସଡିଏକୁ ମଧ୍ୟ ରାଜସ୍ୱ ମିଳିବ। ଏଥି ସହ ମଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଉକ୍ତ ପ୍ରାଇଭେଟ ପାର୍ଟିକୁ ଦିଆଯାଇପାରେ। ସମସ୍ତ ବିଷୟ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ବେଳେ ଖୁବ ଶିଘ୍ର ସମସ୍ତ ବିଷୟ ଗୁଡିକୁ ଚୂଡାନ୍ତ ରୁପ ଦିଆଯିବ ବୋଲି କମିଶନର ଶ୍ରୀ ବେଦ ଭୂଷଣ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧ ଏକରରୁ ଊର୍ଦ୍ଧ୍ବ ଥିବା ଏହି ଅଞ୍ଚଳରେ ଏକଦା ବେସରକାରୀ ବସଷ୍ଟାଣ୍ଡ ସହିତ ମାର୍କେଟ କମ୍ପେ୍ଲକ୍ସ ରହିଥିବା ବେଳେ ଏକ ବ୍ୟସ୍ତବହୁଳ ଅଞ୍ଚଳ ରହିଥିଲା। କିନ୍ତୁ ସମୟର ତାଳ ଦେଇ ଅଞ୍ଚଳ ବିକାଶ ନ ହେବାରୁ ଏହା ଧିରେ ଧିରେ ପରିତ୍ୟକ୍ତ ହୋଇ ପଡ଼ିଥିଲା। ଏହି ଅଞ୍ଚଳରେ ଜନତାଙ୍କ ସୁବିଧା ଓ ମନୋରଞ୍ଜନର ସୁବିଧା ପାଇଁ ଦାବି ହୋଇ ଆସୁଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ଅଡିଟୋରିୟମ ନିର୍ମାଣର ଶୁଭ ମଧ୍ୟ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାଣ୍ଠିର ଅଭାବ ଯୋଗୁଁଁ ତାହା ଠପ ହୋଇ ଯାଇଥିଲା। ଏବେ ଏହି ଅଞ୍ଚଳକୁ ଖାଲି କରାଯାଇଥିବା ବେଳେ ଖୁବ ଶିଘ୍ର ଏହି ଅତ୍ୟାଧୁନିକ ମଲର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories