www.samajalive.in
Saturday, December 6, 2025
14.1 C
Bhubaneswar

ଚୋରି ଟଙ୍କା ଜବତ, ଚୋର ମାଆ ଗିରଫ

ସମ୍ବଲପୁର : ଗତ ୧୧ ତାରିଖରେ ସମ୍ବଲପର ସହରର ବ୍ୟସ୍ତବହୁଳ ହସପିଟାଲ ରୋଡ ସ୍ଥିତ ଜଣେ ବ୍ୟବସାୟୀଙ୍କ ନିକଟରୁ ସ୍ପଷ୍ଟ ଦିବାଲୋକରେ ୧୧ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଦୋକାନୀ ଜଣଙ୍କ ଟଙ୍କା ବ୍ୟାଗ୍ କୁ ତଳେ ରଖି ଦୋକାନର ସଟର ଖୋଲିବା ସମୟରେ ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଧରି ଏକ ନୀଳ ରଙ୍ଗର ବାଇକରେ ଫେରାର ହୋଇଯାଇଥିଲେ। ପୁଲିସର ଗୋଟିଏ ଟିମ୍ ଏହି ଘଟଣାର ତଦନ୍ତ କରି ଏହି ଚୋରି ଟଙ୍କା ରଖିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପକାଳପାଲି ଗ୍ରାମର ମୁଖ୍ୟ ଅଭିଯୁକ୍ତର ମାଆ ୪୫ ବର୍ଷିୟା ଏମ. ଲିଲିକୁ ଗିରଫ କରିଛି । ଏହି ଲୁଟ ଘଟଣା ଏରୁଗେଲା ଗେଙ୍ଗ କରିଛି ବୋଲି ପୁଲିସ କହିଛି। ତାଙ୍କ ନିକଟରୁ ପୁଲିସ ୯ ଲକ୍ଷ ନଗଦ ଟଙ୍କା ଜବତ କରିଛି । ଅଭିଯୁକ୍ତ ମାନେ ଘରେ ଟଙ୍କା ରଖି ଫେରାର ହୋଇଯାଇଥିବା ସମ୍ବଲପୁର ଏସ ପି ବି ଗଙ୍ଗାଧର କହିଛନ୍ତି । ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ଏଭଳି ଅନେକ କାଣ୍ଡ କରିଥିବାର ନଜର ରହିଛି ବୋଲି ପୁଲିସ କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories