www.samajalive.in
Monday, December 8, 2025
24.1 C
Bhubaneswar

ଗ୍ରାମସଭାରେ ଦୁଃଖ ଦୁର୍ଦ୍ଦଶା ଜଣାଇଲେ ଶ୍ରୀରାମପାଲି ନିବାସୀ

ସମ୍ବଲପୁର: ପ୍ରାୟ ୧୫୦ ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଶ୍ରୀରାମପାଲି ଗ୍ରାମବାସୀ ମାନଙ୍କର ଦୁଃଖ ଦୁର୍ଦ୍ଦଶା କହିଲେ ନ ସରେ। ଦେଶ ସ୍ବାଧୀନ ହେବାର ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ସର୍ବନିମ୍ନ ସୁବିଧାରୁ ଏ ପର୍ଯ୍ୟନ୍ତ ବଞ୍ଚିତ ରହିଛନ୍ତି ବୋଲି ଶ୍ରୀରାମପାଲି ଗ୍ରାମବାସୀ ମାନେ ଗ୍ରାମସଭାରେ ନିଜର ଦୁଃଖ ଦୁର୍ଦ୍ଦଶା ଗ୍ରାମବାସୀ ମାନେ ବଖାଣିଛନ୍ତି।

ଶ୍ରୀରାମପାଲି ଗ୍ରାମବାସୀ ମାନଙ୍କ ପକ୍ଷରୁ ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମେଘୁ ମୁଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟ ଅତିଥି ଏବଂ ବରିଷ୍ଠ ଚାଷୀ ନେତା ରାମସାଗର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଜମିପଟ୍ଟା ଅଭାବରୁ ଆବାସ ଯୋଜନା ଆଦି ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଅନେକ ଗ୍ରାମବାସୀ ଭଙ୍ଗା ମାଟି କୁଡ଼ିଆରେ ବହୁ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି। ଘର ମାନଙ୍କରେ ଶୌଚାଳୟ ନ ଥିବାରୁ ଶୌଚ ପାଇଁ ଅନେକ ଦୂର ପଡ଼ିଆକୁ ଯିବାକୁ ପଡ଼ୁଛି। ପାନୀୟ ଜଳ ସମସ୍ୟା ଏବଂ ବିଜୁଳି ସମସ୍ୟା ଦୂରୀକରଣ ସହ ଗ୍ରାମରେ ଏକ ଆଙ୍ଗନବାଡ଼ି କେନ୍ଦ୍ର ଏବଂ ସୁଲଭ ଶୌଚାଳୟ ପ୍ରତିଷ୍ଠା ନିହାତି ଜରୁରୀ ବୋଲି ଗ୍ରାମବାସୀ ମାନେ ଦୃଢ଼ ଦାବୀ କରିଥିଲେ। ଭଗ୍ନ ଅବସ୍ଥାରେ ଥିବା ଶ୍ରୀ ହନୁମାନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଗ୍ରାମର ମହିଳା ମାନଙ୍କୁ ନେଇ ଏକ ମହିଳା ସମିତି ଗଠନ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories