www.samajalive.in
Sunday, December 7, 2025
18.1 C
Bhubaneswar

ଭୀମଭୋଇ ଜୟନ୍ତୀ ପାଳିତ

ସମ୍ବଲପୁର: ସମ୍ବଲପୁର ନଗରର ଭୀମ ଭୋଇ ନଗର ସ୍ଥିତ ଭୀମଭୋଇ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୨୫ତମ ବାର୍ଷିକୋତ୍ସବ ଓ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ସୋମବାର ଦିନ ପାଳିତ ହୋଇଥିଲା। ଅନୁଷ୍ଠାନର ସଭାପତି ନୌବିହାରୀ ପ୍ରଧାନଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଯୋଗ ଦେଇ ଭୀମଭୋଇଙ୍କ ଅବଦାନ ବିଷୟରେ ଆଲୋକପାତ କରିବା ସହିତ ଭୀମଭୋଇ ସାହିତ୍ୟ ସଂସଦର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଡ଼ଃ ଦ୍ବାରିକାନାଥ ନାୟକ ଯୋଗ ଦେଇ ସାମାଜିକ ପରିବର୍ତ୍ତନ ଓ ଧର୍ମ ସଂସ୍ଥାପନାରେ ଭୀମଭୋଇଙ୍କ ଭୂମିକା ତଥା ତାଙ୍କ କାବ୍ୟକବିତାରେ ଆଧୁନିକତା ସମ୍ପର୍କରେ ଆଲୋଚନା କରିବା ସହିତ କହିଥିଲେ ଯେ, ସ୍କୃତି ଚିନ୍ତାମଣି ହେଉଛି ମହିମା ଧର୍ମର ବର୍ଣ୍ଣବୋଧ। ଏହି ସମାବେଶରେ ଦିବ୍ୟାଙ୍ଗ ଛାତ୍ର କଳାକାର ସୁମନ୍ତ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ୨୦୨୫ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ୍ ରଖିଥିବା ଜି ସିରିଶା, ପ୍ରଜ୍ଞା ପ୍ରିୟଦର୍ଶିନୀ ପ୍ରଧାନ, ସାଇଶାମାଝୀ ଓ ସୁହାନା ନାୟକଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

- Advertisement -

ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ଓଡି଼ଶା ସାଂସ୍କୃତିକ ସମାଜ ସମ୍ବଲପୁର ଠାରେ ପାଳିତ ହୋଇଯାଇଛି। ଭୀମଭୋଇ ବିଶ୍ବ କଲ୍ୟାଣକାରୀ ଥିଲେ ବୋଲି ଏହି ସଭାରେ ମତ ପ୍ରକାଶ ପାଇଛି। ସଭାପତି ଡ. ପରେଶ ଦାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରି ଭୀମଭୋଇଙ୍କ ରଚନାରେ ବିଶ୍ବ କଲ୍ୟାଣ ବାର୍ତ୍ତା ରହିଅଛି। ସେଥି ପାଇଁ ତାଙ୍କ ରଚିତ ବିଖ୍ୟାତ ପଂକ୍ତି ମିଳିତ ଜାତିସଂଘର କାନ୍ଥରେ ଲେଖା ହୋଇଛି। ସଭାପତି ଡ. ଦାନୀ, ସନ୍ଥ କବି ଏକାଧାରରେ ସମାଜ ସଂସ୍କାରକ, ଦାର୍ଶନିକ, ବିପ୍ଳବୀ, ବ୍ରହ୍ମଦର୍ଶି ଯୁଗ ଜନ୍ମା ପରମ ଯୋଗୀ ଥିଲେ ବୋଲି କହିଥିଲେ।

ମହିଳା ମହାବିଦ୍ୟାଳୟ ସମ୍ବଲପୁରର ପ୍ରାଧ୍ୟାପକ ଅଖିଳ ବିଶ୍ବାଳ ଆଲୋଚକ ରୂପେ ଯୋଗ ଦେଇ ଭୀମଭୋଇଙ୍କ ରଚନାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ମହିମା ଧର୍ମର ଗୁରୁତ୍ବକୁ ପ୍ରକାଶ କରିଛନ୍ତି। ସମ୍ବଲପୁରର କଥିତ ଭାଷା ବ୍ୟବହାର କରି ବିଶ୍ବକୁ ଭାତୃତ୍ବର ପ୍ରେରଣା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଦୃଷ୍ଟିବାଧିତ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ସ୍ୱାଗତ ମହାପାତ୍ରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories