www.samajalive.in
Sunday, December 7, 2025
26.1 C
Bhubaneswar

ନାଳ ଜାମ, ଝିପି ଝିପି ବର୍ଷାରେ ନାଳ ଉଛୁଳୁଛି

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମାସକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କିନ୍ତୁ ବ୍ୟାପକ ହେରଫେର ଯୋଗୁଁ ନିଗମ ଅଞ୍ଚଳରେ ସଫେଇ କାର୍ୟ୍ୟ ହେଉନାହିଁ। ସଫେଇ ଠିକ ଭାବରେ ହେଉ ନ ଥିବା ଏବଂ ବିଗତ କିଛି ଦିନ ହେବ ଲଗାତାର ବର୍ଷା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସ୍ଥାନୀୟ ପଟ୍ଟନାୟକ ପଡା ସ୍ଥିତ ବ୍ରଜ ମୋହନ ପଟ୍ଟନାୟକ ମଡେଲ ବିଦ୍ୟାଳୟ ସମ୍ମୁଖର ନାଳ ପ୍ରାୟ ୨ ମାସ ହେବ ସମ୍ପୁର୍ଣ୍ଣ ରୂପେ ଜାମ ହୋଇ ପଡିଛି। ଏ ସମ୍ପର୍କରେ ଅଞ୍ଚଳର ସଚେତନ ନାଗରିକ ମାନଙ୍କ ଦ୍ୱାରା ମହାନଗର ନିଗମର ସହାୟତା ନଂ ସମେତ ବିଭିନ୍ନ ମାଧ୍ୟମରେ କତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିବା ସତ୍ୱେ ଆଜି ପର୍ୟ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ। ବିଦ୍ୟାଳୟର ଠିକ ସମ୍ମୁଖରେ ନାଳ ସମ୍ପୁର୍ଣ୍ଣ ରୁପେ ନାଳ ଜାମ ରହିଥିବାରୁ ନାଳ ଜଳ ରାସ୍ତା ଉପରେ ଦେଇ ଯାତାୟାତ କରୁଛି। ଝିପି ଝିପି ବର୍ଷା ହେଲେ ଏହି ନାଳ ପାଣି ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ଅଞ୍ଚଳବାସୀ ଆବର୍ଜନା ପଚ ପଚ ମଧ୍ୟରେ ଯିବାକୁ ବାଧ୍ୟ ହେଉଛନ୍ତି। ବିଗତ ସପ୍ତାହରେ ଏହି ବିଦ୍ୟାଳୟକୁ ଏକ ପ୍ରକଳ୍ପର ଉଦଘାଟନରେ ଖୋଦ ଜିଲାପାଳ ଆସିଥିବା ବେଳେ ତାଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆ ଯାଇଥିଲା।  ଏ ପର୍ୟ୍ୟନ୍ତ ସମସ୍ୟାର ସମାଧାନ କରାଯାଇ ନାହିଁ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମେତ ଅଞ୍ଚଳବାସୀ ଆବର୍ଜନା ଜଳ ମଧ୍ୟରେ ଅତ୍ୟନ୍ତ ଅସ୍ଥାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ି ଦେଶ ବିଦେଶରେ ବିଭିନ୍ନ ପ୍ରତିଷ୍ଠିତ ସ୍ଥାନରେ ରହିଛନ୍ତି। ସମ୍ବଲପୁରର ଶିକ୍ଷା ବ୍ୟବସ୍ଥାରେ ୫୦ ବର୍ଷରୁ ଉର୍ଦ୍ଧ ହେବ ନିରନ୍ତର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories