www.samajalive.in
Saturday, December 6, 2025
16.1 C
Bhubaneswar

ପିସ୍ତଲ ମୁନରେ ଲକ୍ଷାଧିକ ଟଙ୍କାର ସୁନାଚେନ ଲୁଟ 

ସମ୍ବଲପୁର : ସ୍ଥାନୀୟ ଧନୁପାଲି ଥାନା ଅର୍ନ୍ତଗତ କୁଲୁଥକାନୀ ଅଞ୍ଚଳରେ ବୁଧବାର ରାତ୍ରିରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନାଚେନ ଲୁଟ କରାଯାଇଛି। କୁଲୁଥକାନୀ ନିବାସୀ ଶିଶିର କୁମାର ପାଣ୍ଡେଙ୍କ ଏକ କିରାନା ଦୋକାନ ଘର ପାଖରେ ରହିଛି। ସବୁ ଦିନ ଭଳି ରାତ୍ର ପ୍ରାୟ ସାଢ଼େ ୯ଟା ସମୟରେ ସେ ଦୋକାନ ବନ୍ଦ କରି ଚାଲି ଚାଲି ପାଖରେ ଥିବା ତାଙ୍କ ଘରକୁ ଯାଉଥିବା ବେଳେ ଅଚାନକ ଏକ ବାଇକରେ ୨ ଜଣ ଯୁବକ ତାଙ୍କ ନିକଟକୁ ଆସି ଥିଲେ। ବ୍ୟବସାୟୀ ଜଣକ କିଛି ବୁଝିବା ପୂର୍ବରୁ ତାଙ୍କୁ ପିସ୍ତଲ ଦେଖାଇ ସେ ପିନ୍ଧିଥିବା ଓଜନଦାର ସୁନାଚେନକୁ ଲୁଟି ଫେରାର ମାରିଥିଲେ।  ବ୍ୟବସାୟୀଙ୍କ ଅନୁଯାୟୀ ଲୁଟିଆ ମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ଘଟଣା ସମ୍ପର୍କରେ ପୁଲିସକୁ ଖବର ନ କରିବା ଧମକ ଦେଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବ୍ୟବସାୟୀ ଶିଶିର ଧନୁପାଲି ଥାନାରେ ଅଭିଯୋଗ କରିବାରୁ ମାମଲା ରୁଜୁ କରି ଆଖାପାଖର ସିସିଟିଭି ଆଦି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି। ବିଗତ ରବିବାର ମାନେଶ୍ୱର ଠାରେ ସୁନା ଅଳଙ୍କାର ଦୋକାନରେ ଡକାୟତି ହେବା ପରେ ସୁନାଚେନ ଲୁଟ ଘଟଣା ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories