ସମ୍ବଲପୁର : ନୂଆଁଖାଇ ହେଉଛି କୃଷି ଓ କୃଷକର ଭାବନା ସହ ଜଡିତ ମହାନ ଗଣପର୍ଵ। ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ। ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟାରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୧୦ ଘଣ୍ଟା ୨୭ ମିନିଟରୁ ୧୦ ଘଣ୍ଟା ୪୨ ମିନିଟ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ତେବେ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ବୋର୍ଡ ଦିନ ୧୨.୩୦ ପରେ ମାଁଙ୍କ ଦର୍ଶନ କରିଛନ୍ତି ସାଧାରଣ ଭକ୍ତ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
Popular Categories



