www.samajalive.in
Tuesday, December 9, 2025
15.1 C
Bhubaneswar

କାର ସହିତ ଗଞ୍ଜେଇ ଜବତ : ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଦେଇ ନିୟମିତ ଦେଶର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଗଞ୍ଜେଇ ଚେକିଂ କରାଯାଉଛି। ଏହି କ୍ରମରେ ଚେକିଂ ସମୟରେ ଅତି ଚତୁରତାର ସହିତ ଏକ ଦାମୀକିଆ କାର ମଧ୍ୟରେ ଗୁପ୍ତ ଚାମ୍ବର କରି ଗଞ୍ଜେଇ ଚାଲାଣ ସମୟରେ ଗୁଇନ୍ଦା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ଧରିଛି। ସମ୍ବଲପୁରରୁ ଝାରସୁଗୁଡା ଯାଉଥିବା ବିଜୁ ଏକ୍ସପ୍ରେସ ୱେର ଶାସନ ପାବପାଲି ନିକଟରେ ଏହି କାରକୁ ଚେକିଂ ସମୟରେ ଗୁପ୍ତ ଚାମ୍ବର ମଧ୍ୟରେ ୨ଟି ଜରି ବସ୍ତା ମଧ୍ୟରେ ୩୦ କିଗ୍ରା ଗଞ୍ଜେଇ ରଖାଯାଇଥିବାର ଅବକାରୀ ଦଳ ପାଇଥିଲେ। କାର ଯୋଗେ ବେଆଇନ ଭାବରେ ବୌଦ୍ଧ ଜିଲାରୁ ବିହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତ ପୁଲିସ ବିହାର ରାଜ୍ୟର ଭୋଜପୁର ଜିଲା ନିବାସୀ ଜିତେନ୍ଦ୍ର କୁମାର ଦୁବେ (୩୬) ଓ ଲକ୍ଷ୍ମଣ ରାୟ (୫୬) ଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories