ଜଳ ସମସ୍ୟା ନେଇ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରସ୍ଥ
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ୨୮ ନମ୍ବର ୱାର୍ଡର ଭାଲୁପାଲି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏଣୁ ସ୍ଥାନୀୟ ନିବାସୀ ମାନେ ସୋମବାର ଅଇଁଠାପାଲି ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଭାଲୁପାଲି ନିବାସୀ ମାନେ ଅମୃତ ଧାରା ଯୋଜନାରେ ପାନୀୟ ଜଳ ପାଇପ ଲଗାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜଳ ଯୋଗାଣ ଠିକ ଭାବରେ ହୋଇ ପାରି ନାହିଁ। ଏଣୁ ଯଥା ଶିଘ୍ର ଭାଲୁପାଲି ସମେତ ଆଖପାଖ ଅଞ୍ଚଳ ଗୁଡିକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। ଏହି ଅବସରରେ ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.