www.samajalive.in
Friday, December 12, 2025
17.1 C
Bhubaneswar

ହୀରାଖଣ୍ଡ ଏକ୍ସପ୍ରେସକୁ ହୀରାଖଣ୍ଡ ଅଞ୍ଚଳରେ ଚଳାଇବାକୁ ଦାବି

ସମ୍ବଲପୁର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ମଧ୍ୟପ୍ରଦେଶର ଜବଲପୁର ପର୍ଯ୍ୟନ୍ତ ରେଳଗାଡି ସଂଖ୍ୟା ୧୮୪୪୭/୧୮୪୪୮ ପ୍ରତ୍ୟହ ଚଳାଚଳ କରୁଛି। ହୀରାଖଣ୍ଡ ଏକ୍ସପ୍ରେସ ପ୍ରଥମେ ସମ୍ବଲପୁର ରୁ ବଲାଙ୍ଗୀର ମଧ୍ୟରେ ଚଳାଚଳ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା ରାଉରକେଲା ଓ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଦେଇ ଯାତାୟାତ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ରେଳଗାଡିର ଗତିପଥକୁ ସମ୍ପୁର୍ଣ୍ଣ ରୂପେ ବଦଳାଇ ଦିଆଯାଇ ହୀରାଖଣ୍ଡ ଅଞ୍ଚଳର ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ସମ୍ପୁର୍ଣ୍ଣ ବାଦ ଦିଆଯାଇ ଭୁବନେଶ୍ୱରରୁ ଜବଲପୁର ପର୍ଯ୍ୟନ୍ତ ଚଳାଚଳ କରାଯାଇଥିଲା। ଉକ୍ତ ରେଳଗାଡି ଏବେ ଖୋର୍ଦ୍ଧା ରୋଡ ରୁ ଏହି ବ୍ରହ୍ମପୁର, ଇଚ୍ଛାପୁରମ, ବିଜୟନଗରମ, ରାୟଗଡ଼ା ଦେଇ ଚଳାଚଳ କରୁଛି। ଫଳରେ ହୀରାଖଣ୍ଡ ଅଞ୍ଚଳର ଜନତା ରେଳ ସେବାକୁ ସମ୍ପୁର୍ଣ୍ଣ ରୂପେ ବଞ୍ଚିତ ହୋଇ ଯାଇଛନ୍ତି। ଏଣୁ ହୀରାଖଣ୍ଡ ସାମୁଖ୍ୟ ପକ୍ଷରୁ ଏହି ରେଳଗାଡିକୁ ଏହାର ପୂର୍ବବତ ରୁଟ ଦେଇ ଚଳାଚଳ କରିବାକୁ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ନିକଟରେ ଦାବି କରାଯାଇଛି। ସାମୁଖ୍ୟର ସଭାପତି ଡ. ପରେଶ ଦାନୀ, ସମ୍ପାଦକ ସରୋଜ ଦାଶ, ପ୍ରଫୁଲ୍ଲ ହୋତା ପ୍ରମୁଖ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ଓ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ ସାକ୍ଷାତକାର କରି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories