www.samajalive.in
Friday, December 12, 2025
19.1 C
Bhubaneswar

ଯୁବକଙ୍କୁ ଛୁରାମାଡ଼; ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ବୁର୍ଲା: ଶିକ୍ଷାର ନଗରୀ ବୁର୍ଲା ସହର ପୁଣି ଅଶାନ୍ତ ହୋଇ ଉଠିଛି । ଗତ ମାସ ୧୧ ତାରିଖରେ ପିଡ଼ବ୍ଲୁଡ଼ି କଲୋନିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ପୁଣି ମହତାବନଗର ଅଞ୍ଚଳର ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ଘଟଣା ଘଟିଥିବା ସନ୍ଦେହ ପ୍ରକାଶ ପାଉଛି । ପୁଣି ଅସାମାଜିକ ତତ୍ୱମାନେ ପୁଲିସକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ ଦେଇଛନ୍ତି । ସହରର ଗାନ୍ଧିପଡା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିବା ସୂଚନା ମିଳିଛି । ଛୁରାମାଡର ଶିକାର ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତି କରାଯାଇଛି । ଖବର ପାଇ ବୁର୍ଲା ପୁଲିସ ହସପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରମଣ ଘଟଣାର ସମ୍ପୃକ୍ତ ମାନେ ଫେରାର ଥିବା ଜଣାପଡିଛି  । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବୁର୍ଲା ମହତାବନଗର ଅଞ୍ଚଳର ଟୁଲୁ ବନ୍‌ଛୋର ବୋଲି ସୂଚନା ହସ୍ତଗତ ହୋଇଛି ।

ସୂଚନା ମତେ ଟୁଲୁ କୌଣସି କାମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ଗାନ୍ଧିପଡା ଛକ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କୀତ ଭାବରେ ଆକ୍ରମଣ କରିଥିବା ସୂଚନା ମିଳିଛି ।  ଧାରୁଆ ମାରଣାସ୍ତ୍ରରେ ଟୁଲୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଛି । ଟୁଲୁ ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବା ପରେ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଏହାପରେ କିଛି ଲୋକ ଟୁଲୁଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଭୀମସାରର ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା । ଟୁଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପର୍ଣ୍ଣ ରହିଥିବା ବେଳେ ତାଙ୍କୁ ଅକ୍ସିଜେନ୍‌ ସହାୟତାରେ ରଖାଯାଇଛି । ତେବେ ଘଟଣାଟି ପୁର୍ବଶତ୍ରୁତାକୁ ନେଇ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ପୁଲିସ ହସପିଟାଲରେ ପହଞ୍ଚି ଆହତଙ୍କ ପରିବାରକୁ ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଆକ୍ରମଣ ଘଟଣାକୁ ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତେବେ ସହରରେ ଅପରାଧୀଙ୍କ ମନରେ କୌଣସି ଭୟ ରହି ନଥିବା ବେଳେ ଖୋଲାଖୋଲି ଭାବରେ ପୁଲିସକୁ ଏତାଦୃଶ ଘଟଣାମାନ ଘଟାଇ ଚ୍ୟାଲେଞ୍ଜ ଦେଇଚାଲିଥିବା ପୁଲିସ ହାତବାନ୍ଧି ବସିଥିବା ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories