www.samajalive.in
Monday, December 15, 2025
26.1 C
Bhubaneswar

କାଂସିରାମଙ୍କ ୧୬ତମ ମହାପରିନିର୍ବାଣ ଦିବସ ପାଳିତ 

ସମ୍ବଲପୁର: ବହୁଜନ ସମାଜ ପାର୍ଟି ସମ୍ବଲପୁର ଜିଲା କମିଟି ତରଫରୁ ଦଳର ପ୍ରତିଷ୍ଠାତା ସ୍ୱର୍ଗତ କାଂସିରାମଙ୍କ ୧୬ତମ ମହାପରିନିର୍ବାଣ ଦିବସ ପାଳନ କରାଯାଇଛି । ସମ୍ବଲପୁରର ମ୍ୟୁନିସିପାଲିଟି ଛକ ସ୍ଥିତ ସାମ୍ବାଦିକ ଭବନ ଠାରେ ଜିଲା ସଭାପତି ଆଇନଜୀବୀ ଦିଲ୍ଲୀପ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଂସିରାମଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଜିଲା ସଂଯୋଜକ ସଦାନନ୍ଦ ରଣବିଡା, ନବୀନ ନାଏକ, ଜିଲା କୋଷାଧ୍ୟକ୍ଷ କୁମ୍ଭକର୍ଣ୍ଣ ବୌଦ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସଭାରେ କାଂସିରାମଙ୍କ ଜୀବନୀ, ନିତି, ଆଦର୍ଶ ଉପରେ ବକ୍ତା ମାନେ ଆଲୋକପାତ କରିବା ସହିତ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏଥି ସହ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନିତି ବିରୋଧରେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ସଭାପତି ପିଣ୍ଟୁ ବେସନ, ଉପ ସଭାପତି ରିଜୱାନ ଖାନ, ଟିଙ୍କୁ କରାଲି, ନନ୍ଦିନି ସିଂ, ଲିଳା ସିଂ ସମେତ ଜିଲାର ସମସ୍ତ ବ୍ଲକର ବରିଷ୍ଠ ପଦାଧିକାରୀ ମାନେ ସାମିଲ ହୋଇଥିଲେ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories