www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ରାଣ୍ଡେଡ କମ୍ପାନୀର ନକଲି ସାମ୍ପୁ ବିକ୍ରି

ସମ୍ବଲପୁର: ସାମାଜିକ ଗଣମାଧ୍ୟମରେ ବ୍ରାଣ୍ଡେଡ କମ୍ପାନୀର ନକଲି ସାମ୍ପୁ ସମ୍ବଲପୁର ସହରରେ ବିକ୍ରି ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ୧୫/୧୬ ବର୍ଷିୟ ଯୁବକ ନକଲି ସାମ୍ପୁ ବିକ୍ରି କରୁଥିବା ବେଳେ କିଛି ବ୍ୟକ୍ତିଙ୍କ ନଜରରେ ପଡିଛନ୍ତି । ବଜାରରେ ବିକ୍ରି ହେଉଥିବା ସାମ୍ପୁ ଉପରେ ବଡ ବଡ ବ୍ରାଣ୍ଡେଡ କମ୍ପାନୀର ନାମ ଲେଖା ଥିବା ବେଳେ ସେହି ଡବା ଗୁଡିକ ଭିତରୁ ପୋଡା ମୋବଲି ଭଳି ଜିନିଷ ବାହାରୁ ଥିବାର ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ।

ଉକ୍ତ ଯୁବକଟି ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାଯିବା ପରେ ପଚରାଉଚୁରା ସମୟରେ ସେ ଓ ତାଙ୍କର ଆଉ ଜଣେ ସାଥି ସମ୍ବଲପୁରକୁ ଆସି ଏଭଳି ସାମଗ୍ରୀ ବିକ୍ରି କରୁଥିବାର କହୁଛନ୍ତି । ଧରାପଡିଥିବା ଯୁବକ ଜଣକ ୨ଟି ବୋତଲ ନକଲି ସାମ୍ପୁ ବିକ୍ରି କରିଥିବାର କହୁଛନ୍ତି । ଉକ୍ତ ଯୁବକ ତାଙ୍କର ନାମ ନଜୀମ ଏବଂ ତାଙ୍କର ଘର ଉତ୍ତର ପ୍ରଦେଶ ଏବଂ ସେ ଉତ୍ତର ପ୍ରଦେଶର ଆଗ୍ରାରୁ ଉକ୍ତ ନକଲି ସାମଗ୍ରୀ ତାଙ୍କର ଜଣେ ସାଙ୍ଗ ସହିତ ସମ୍ବଲପୁରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆସିଥିବାର କହିଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ ହେବା ପରେ ଭାଇରାଲ ହେଉଛି ।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories