www.samajalive.in
Sunday, December 14, 2025
19.1 C
Bhubaneswar

ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ, ଖୋଜାଖୋଜି ଜାରି

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବୁଡ଼ି ୨ଜଣ ନିଖୋଜ ହୋଇଯାଇଛନ୍ତି। ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲାବେଳେ ସେମାନେ ବୁଡ଼ିଯାଇଥିଲେ। ନିଖୋଜ ୨ଜଣ ବ୍ୟକ୍ତି ଗୋଟିଏ ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହିତ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି। ହୀରାକୁଦ ଡ୍ୟାମର ଜଳ ସ୍ଥିର ରହୁଥିବାରୁ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇପାରେ ବୋଲି ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି।
ହୀରାକୁଦ ଡ୍ୟାମ ନିକଟରେ ଥିବା ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇବାବେଳେ ଗୋଡ଼ଖସିଯାଇ ପାଣିଭିତରେ ବୁଡ଼ି ଯିବାର ସମ୍ଭାବନା ରହିଥିବାରୁ ସେଠାରେ ସତର୍କ ସୂଚନା ଜାରି କରାଯାଇଛି। ତେବେ ବହୁ ଲୋକେ ଏହାକୁ ନ ମାନି ସେଠାରେ ଗାଧୋଇବାକୁ ଯାଉଥିବାରୁ ଅଘଟଣ ଘଟୁଥିବା ଜଣାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories