www.samajalive.in
Sunday, December 14, 2025
23.1 C
Bhubaneswar

ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି, ନୂତନ ଶିକ୍ଷାନୀତି ସମାଜକୁ ନୂଆ ଦିଗଦର୍ଶନ ଦେବ : ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଓଡ଼ିଶାର ପ୍ରଥମ ଦିବସ ଗସ୍ତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଚ୍ୟାମ୍ବର ଅଫ କମର୍ସ ଓ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଶିକ୍ଷା ଉପରେ ଅଧାରିତ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ଆଜିର ସମୟରେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି। ଏହି ଅବକ୍ଷୟକୁ ନୂତନ ଶିକ୍ଷାନୀତି ଦୂର କରିପାରିବ ଓ ନୂତନ ଶିକ୍ଷାନୀତି ସମାଜକୁ ନୂତନ ଦିଗ୍ଦର୍ଶନ ଦେବ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରି ସମାଜର ସେବା କରିବା ପାଇଁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ନୂଆ ଶିକ୍ଷାନୀତି ଲାଗୁ ଫଳରେ ଛାତ୍ରାଛାତ୍ରୀମାନଙ୍କର ମାନବିକ ମୂଲ୍ୟବୋଧର ବିକାଶ ସଂଗେ ସଂଗେ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ। ଦୀଘବର୍ଷ ପରେ ଶିକ୍ଷା କ୍ଷେତ୍ରରେ ଯେଉଁ ବିରାଟ ପରିବର୍ତ୍ତନ ହୋଇଛି ତାହା ସଂପୂର୍ଣ୍ଣ ଭାରତବର୍ଷର ଶିକ୍ଷାକ୍ଷେତ୍ରକୁ ବହୁତ ଆଗକୁ ନେବ ଓ ଛାତ୍ରଛାତ୍ରୀମାନଙ୍କର ଏକ ସୁନ୍ଦର ଉଜ୍ୱଳ ଭବିଷ୍ୟତ ନିର୍ମାଣ କରିବ। ନୂତନ ଶିକ୍ଷାନୀତିରେ ଅନ୍ୟାନ୍ୟ ଭାଷାରେ ଶିକ୍ଷା ଲାଭ କରିବାକୁ ଥିବା ବେଳେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଏହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଯାହଫଳରେ ପିଲାଙ୍କର ମାତୃଭାଷା ପ୍ରୀତି ବଢ଼ିବା ସଂଗେ ସଂଗେ ଶିକ୍ଷା କରିବାରେ ସହଜ ଉପଲବ୍ଧ ହେବ। ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଶିକ୍ଷାପ୍ରାପ୍ତ ହେଲାପରେ ସେମାନେ ଆତ୍ମନିର୍ଭର ହୋଇପାରିବେ। ଆତ୍ମନିର୍ଭର ଭାରତ ନିର୍ମାଣ କରିବା ପାଇର୍ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି।

ଆଜିର ସମୟରେ ମଣିଷ ମନରୁ ଧିରେ ଧିରେ ମାନବିକତା ହ୍ରାସ ପାଉଥିବା ବେଳେ ଆଜି ମାନିବିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଏହି ସମାବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମୟୋଯୋଗୀ ହୋଇଛି। ମାନବିକ ମୂଲ୍ୟବୋଧ ଯେଉଁ ଶିକ୍ଷାରେ ନାହିଁ ସେ ଶିକ୍ଷା ଅସାର ବୋଲି କୁହାଯାଏ। ମହାମାରୀ କୋଭିଡ୍ ସମୟରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗକୁ ଆସି ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରି ପ୍ରକୃତପକ୍ଷେ ମାନବିକ ମୂଲ୍ୟବୋଧର ପରିଚୟ ଦେଇଛନ୍ତି। ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମନରେ ମାନବିକ ମୂଲ୍ୟବୋଧର ବିକାଶ ଦିଗରେ ଗୁରୂତ୍ୱାରୋପ କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରମୁଖ
ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କିସ ବିଶ୍ୱ ବିଦ୍ୟାଳୟର ଉପଦେଷ୍ଟା ଡ. ହରେକୃଷ୍ଣ ଶତପଥୀ, ହରିଆନା ସ୍ଥିତ ବି.ଆର୍. ଆମ୍ବେଦକର ଆଇନ ବିଶ୍ୱବିଦ୍ୟାଳୟର କୁଳପତି ବିନୟ କାପୁର ମେହେରା , ହାଇଟ୍ସ ନେଟ ୱାର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୁର୍ଗା ମିଶ୍ର, ଆଇସିସି ଓଡିଶା ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଜେବି ପାଣି, ଆଇସିସି ଉଚ୍ଚଶିକ୍ଷାର ଉପଦେଷ୍ଟା ଡ.ବଦ୍ରି ପଟ୍ଟନାୟକ, କନଭେନର ଡ. ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇ ସାଂପ୍ରତିକ ଶିକ୍ଷା ପଦ୍ଧତି, ଶିକ୍ଷାର ଭବିଷ୍ୟତ, ନୂତନ ଶିକ୍ଷା ନୀତି ଉପରେ ବିଭିନ୍ନ ମତବ୍ୟକ୍ତ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories