www.samajalive.in
Friday, December 12, 2025
15.1 C
Bhubaneswar

ହୀରାଖଣ୍ଡ ନାଗରିକ ପରିଷଦର ଚାରାରୋପଣ

ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦର ସଦସ୍ୟ ମାନଙ୍କ ଦ୍ୱାରା ବୁଢ଼ାରଜା ସଂରକ୍ଷିତ ଜଙ୍ଗଲ ଠାରେ ଚାରାରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡା. ଜୟଦେବ ମେହେର ଓ ସମ୍ପାଦକ ଡ. ନନ୍ଦ କିଶୋର ଦେବତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବୁଢ଼ାରଜା ପାହାଡର ପାଦଦେଶରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ । ରତ୍ନ ଭୂଷଣ ପୁରୁଷେଠ ଓ ପ୍ରଭାସ ବାନର୍ଜୀ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତି ବର୍ଷ ସଙ୍ଗଠନ ପକ୍ଷରୁ କରାଯାଉଥିବା ଚାରାରୋପଣ କାର‌୍ୟ୍ୟକ୍ରମରେ ଅରବିନ୍ଦ ମହାପାତ୍ର, ଗୋପ ରଞ୍ଜନ ଦୁବେ, ଗିରିଧାରୀ ହୋତା, ନବକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ହୋତା, ଡା. ସୁରେଶ ଚନ୍ଦ୍ର ଦାନୀ, ଡା. ଲକ୍ଷ୍ମୀ ନାରାୟଣ ରଥ, ଫକୀର ପଣ୍ଡା, ରାଜକୁମାର ସାଣ୍ଡିଲ୍ୟ, ନିର୍ମଳ କୁମାର ମାଇତି, ସୁବାସ ପାଣିଗ୍ରାହୀ, ଧନେଶ୍ୱର ମେହେର, ଡା. ସୁଷମା ଦାଶ, ଡ. ସହଦେବ ରଥଙ୍କ ସମେତ ହୀରାଖଣ୍ଡ ନାଗରିକ ପରିଷଦର ସଦସ୍ୟ ଓ ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories