www.samajalive.in
Saturday, December 13, 2025
27.1 C
Bhubaneswar

ଚତୁର୍ଥ ଜାତୀୟ ମାଷ୍ଟର କ୍ରୀଡାରେ ଓଡିଶା ଦଳ

ସମ୍ବଲପୁର: କେରଳ ରାଜ୍ୟର ତିରୁଅନନ୍ତପୁରମ ଠାରେ ଗତ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ର୍ଥ ଜାତୀୟ ମାଷ୍ଟର କ୍ରୀଡା ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ଓଡିଶାର କ୍ରୀଡାବିତ ମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାରେ ମାଷ୍ଟର ଖେଳାଳି ମାନେ ୧୩ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ସମେତ ସମୁଦାୟ ୧୮ଟି ପଦକ ହାସଲ କରିଛନ୍ତି । ମହିଳା ୪୫ ବର୍ଷିୟ ବର୍ଗରେ ରେଖା ଦେ ୧୦୦ ମିଟିର, ଲମ୍ବଡିଆଁ ଓ ଟ୍ରିପଲ ଜମ୍ପ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ, ମାଳବିକା ମିଶ୍ର ମହିଳା ୪୦ ବର୍ଷିୟ ବର୍ଗର ୪୦୦ ମିଟର ବାଧା ଦୌଡରେ ରୌପ୍ୟ, ପାର୍ବତୀ ସେଠ ୪୦ ବର୍ଷ ମହିଳା ବର୍ଗର ଡିସକସ ଓ ସଟପୁଟରେ ସ୍ୱର୍ଣ୍ଣ ପଦକ, ଏ. ସରୋଜିନୀ ୪୦ ବର୍ଷ ମହିଳା ବର୍ଗର ୮୦ ମିଟର ବାଧା ଦୌଡରେ ସ୍ୱର୍ଣ୍ଣ ପଦକ ଓ ଟ୍ରିପଲ ଜମ୍ପରେ ବ୍ରୋଞ୍ଜ ପଦକ, ଅନୁପମା ଘିବେଲା ୪୦ ବର୍ଷ ମହିଳା ବର୍ଗର ୮୦ ମିଟର ବାଧା ଦୌଡରେ ବ୍ରୋଞ୍ଜ, ଅରୁଣା ଘିବେଲା ୩୫ ବର୍ଷ ମହିଳା ବର୍ଗର ଉଚ୍ଚ ଡିଆଁରେ ସ୍ୱର୍ଣ୍ଣ ପଦକ, କମଲିନି ନାଏକ ମହିଳା ୩୦ ବର୍ଷର ୧୦୦ ମିଟର, ଲମ୍ବ ଡିଆଁ ଓ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି ।

ସେହିଭଳି ପୁରୁଷ ବିଭାଗର ୪୦ ବର୍ଷ ବର୍ଗରେ ମନିକାନ୍ତ ରାଜ ୧୦୦ ମିଟର ଓ ୨୦୦ ମିଟର ସ୍ୱର୍ଣ୍ଣ ପଦକ, ବୁଧୁଆ ମୁଣ୍ଡା ୩୦ ବର୍ଷ ବର୍ଗର ୫ ହଜାର ମିଟର ଦୌଡ, ୧୫ ଶହ ମିଟର ଦୌଡରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି । ଆନ୍ତଜାତୀୟ ମାଷ୍ଟର କ୍ରିଡାବିତ ସୁନ୍ଦରମଣି ବାରିକ ସଂଯୋଜକର ଦାୟିତ୍ୱ ତୁଲାଇଥିବା ବେଳେ ଓଡିଶା ଦଳର ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ମାଷ୍ଟର ଗେମ୍ସର ସମ୍ପାଦକ ଶିବ ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories