ସମ୍ବଲପୁର: ସମ୍ବଲପୁରର ବ୍ୟସ୍ତବହୁଳ ଧନୁପାଲି ଛକ ଠାରେ ରବିବାର ସକାଳ ସମୟରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ସକାଳ ପ୍ରାୟ ୭ଟା ସମୟରେ କଟକ ପଟରୁ ଏକ ତେଲ ବୋଝେଇ ଟ୍ୟାଙ୍କର (ଓଡି – ୧୬- ଏଫ – ୪୭୧୬) ସୁନ୍ଦରଗଡ ଯାଉଥିବା ବେଳେ ଧନୁପାଲି ଛକରେ ଭାରସାମ୍ୟ ହରାଇ ବିଜୟରାମ ବାଗ (୮୫) ଙ୍କୁ ଧକ୍କା ଦେବାରୁ ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗାଡି ଓ ଚାଳକଙ୍କୁ ଅଟକ ରଖି ପୁଲିସକୁ ଜିମା ଦୋବା ସହ ଆହତଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଉଛି । ପୁଲିସ ଏ ସର୍ମ୍ପକରେ ଏକ ମାମଲା ରୁଜୁ କରି ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Popular Categories


