www.samajalive.in
Friday, December 12, 2025
27.1 C
Bhubaneswar

ସମ୍ବଲପୁରରେ ଜିଏସଟି ଚଢ଼ଉ, କପଡା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ଟିକସ ଫାଙ୍କି

ସମ୍ବଲପୁର: ସାରା ରାଜ୍ୟରେ ବିଭିନ୍ନ ସାମଗ୍ରୀ ଗୁଡିକରେ ସିଟି ଓ ଜିଏସଟି କର ଫାଙ୍କିବାର ଅନେକ ଅଭିଯୋଗ ହୋଇ ଆସୁଥିବାରୁ ବିଭାଗ ପକ୍ଷରୁ ନିୟମିତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ସମ୍ବଲପୁର ଠାରେ ମଧ୍ୟ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଏକ କପଡା ହୋଲସେଲ ବ୍ୟବସାୟୀକ ପ୍ରତିଷ୍ଠାନରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗକୁ ଭିତ୍ତି କରି ଚଢ଼ଉ କରାଯାଇଛି। ସିଟି ଓ ଜିଏସଟି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ତରଫରୁ ଡେପୁଟି କମିଶନର ସୁବୋଧ କୁମାର ପଣ୍ଡା ଙ୍କ ନେତୃତ୍ୱରେ ୭ ଜଣିଆ ଏକ ସ୍ୱତନ୍ତ୍ର ଦଳ ଟାଉନ ଥାନା ଅର୍ନ୍ତଗତ ସ୍ଥାନୀୟ ଗୁୁଜୁରାତି କଲୋନୀ ସ୍ଥିତ ଏହି କପଡା ହୋଲସେଲ ପ୍ରତିଷ୍ଠାନରେ ସକାଳୁ ଚଢ଼ଉ କରି ଦିଆଯାଉଥିବା ଟିକସର ପରିମାଣ, ପ୍ରକୃତ ଟିକସ ଠାରୁ କେତେ କମ ଆଦି ବିଭିନ୍ନ ଦିଗରୁ ବିଭାଗ ଯାଞ୍ଚ କରିଛି।

ଏ ସର୍ମ୍ପକରେ ଡେପୁଟି କମିଶନର ସୁବୋଧ କୁମାର ପଣ୍ଡା କହିଛନ୍ତି ଯେ, ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇ ଜିଏସଟି ସର୍ମ୍ପକିତ ବିଭିନ୍ନ ବିଷୟ ଉପରେ ବ୍ୟବସାୟିକ ପ୍ରତିଷ୍ଠାନକୁ ୧୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଦିଆଯାଇ ପ୍ରସ୍ତୁ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଷ୍ଠାନ ତରଫରୁ କାରଣ ଦର୍ଶାଅ ନୋଟିସ ଦିଆଯିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ପଣ୍ଡା କହିଛନ୍ତି।

- Advertisement -

ପ୍ରାଥମିକ ଯାଞ୍ଚରେ ପ୍ରାୟ ୨ କୋଟି ଟଙ୍କାର କପଡା ଷ୍ଟକ ରହିଥିବା ବେଳେ ଆନୁମାନିକ ଲକ୍ଷାଧିକ ଟଙ୍କା ଟିକସ ଚୋରି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଦୋକାନ ମାଲିକ ତାଙ୍କର ଓକିଲ ଓ ଚାର୍ଟାଡ ଆକାଉନ୍ଟାନ୍ଟ ଙ୍କ ଜରିଆରେ ସମସ୍ତ କାଗଜପତ୍ର ରଖିବେ ବୋଲି ଜଣାପଡିଛି। ଏଥି ପୂର୍ବରୁ ଜୁଲାଇ ୭ ତାରିଖରେ ଏହି ପ୍ରତିଷ୍ଠାନର ମାଲିକ ନକଲି ସ୍ପାର୍କି ଜିନ୍ସ କପଡା ବିକ୍ରି କରିବାର ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବାର ମଧ୍ୟ ନଜୀର ରହିଛି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଅଞ୍ଚଳରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଟିକସ ଫାଙ୍କୁଥିବାର ଅଭିଯୋଗ ହେଉଥିବା ବେଳେ ଏହା ଉପରେ ଏବେ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ନିୟମିତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ଏବଂ ମୋଟା ଅଙ୍କରର ଜରିମାନା ମଧ୍ୟ ଆଦାୟ କରାଯାଉଛି। ବିଗତ ମାସ ଗୁଡିକରେ ଅଳଙ୍କାର ଦୋକାନ, ଆସବାପତ୍ର ପ୍ରତିଷ୍ଠାନ, ଗୁଟକା କାରଖାନା ଆଦି ଅନେକ ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚ ଢ଼ଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories