www.samajalive.in
Friday, December 5, 2025
20.1 C
Bhubaneswar

ନିମ୍ନମାନର କାର୍ଯ୍ୟ ପାଇଁ ବାରମ୍ବାର ଦବୁଛି ଦୁର୍ଗାପାଲି ଫ୍ଲାଏ ଓଭର: ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର: ସମ୍ବଲପୁରର ଦୁର୍ଗାପାଲି ଦେଇ ଯାଇଥିବା ରେଳପଥ ଉପରେ ନିର୍ମିତ ଓଭର ବ୍ରିଜ ଗତ ମେ ୨୫ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ରୂପେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା କିନ୍ତୁ ଦୁଃଖର ବିଷୟ ଯେ, ଉକ୍ତ ବ୍ରିଜ ଉଦଘାଟନର ମାତ୍ର ୨୪ ଘଣ୍ଟା ନ ପୁରୁଣୁ ବ୍ରିଜ ଉପରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା ଏହି ଘଟଣା ଜଣାପଡିବା ପରେ ତୁରନ୍ତ ତରବରିଆ ଭାବରେ ଉକ୍ତ ସ୍ଥାନକୁ ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ପୋତି ଦିଆଯାଇ ମରାମତି କରାଯାଇଥିଲା ଆରମ୍ଭରୁ ହିଁ ଏହି ବ୍ରିଜ ନିର୍ମାଣରେ ଅହେତୁକ ଠିକାଦାର ଅନୁକମ୍ପା, ଅତି ନିମ୍ନମାନର କାର୍ଯ୍ୟର ଅଭିଯୋଗ ହୋଇ ଆସୁଥିବା ବେଳେ ଏଥିପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସରକାର ଟାଳଟୁଳ ନିତି ଅବଲମ୍ବନ କରି ଆସୁଛନ୍ତି ବାରମ୍ବାର ଜନତା ଏହି ବ୍ରିଜର ସ୍ଥାୟୀତ୍ୱ ଓ ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ଆସୁଥିବା ବେଳେ ଗୁରୁବାର ସକାଳୁ ପୁଣି ବ୍ରିଜରେ ଏକ ବିରାଟ ଗର୍ତ୍ତ ଦେଖିବାକୁ ମିଳିଛି ଏହି ଘଟଣା ଜଣାପଡିବା ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଜନତାଙ୍କ ରୋଷକୁ ଧ୍ୟାନରେ ରଖି ପୁର୍ନବାର ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ମରାମତି କରି ଘଟଣାକୁ ଚପାଇ ଦେବାର ଉଦ୍ୟମ କରାଯାଇଛି। ଏହାର ୧୨ ଘଣ୍ଟା ନ ପୂରି ନ ଥିବାବେଳେ ଗୁରୁବାର ପୁଣି ଥରେ ବ୍ରିଜର ଅନ୍ୟ ପାର୍ଶ୍ବରେ ପୁନଃ ଗର୍ତ୍ତ ହୋଇଛି। ଏହି ଗର୍ତ୍ତରେ ଏକ ବିରାଟ ୧୪ ଚକିଆ ମାଲବାହୀ ଟ୍ରକ ପଶିଯିବାରୁ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି

ଏହି ବ୍ରିଜ ସମ୍ପର୍କରେ ଜଣେ ସୂଚନା ଅଧିକାର କର୍ମୀ ବିଗତ ମାସରେ ତଥ୍ୟ ମାଗିଥିବା ବେଳେ ବିଭାଗ ପକ୍ଷରୁ କୌଣସି ତଥ୍ୟ ନ ଦେଇ ଲୁଚାଇ ଦିଆଯାଇଛି ଗୁରୁବାର ମାତ୍ର କେଇ ଘଣ୍ଟା ମଧ୍ୟରେ ବ୍ରିଜରେ ୨ଟି ବଡ ବଡ ଗର୍ତ୍ତ ହେବା ଏବଂ ମାଟି ଦବି ଯିବା ଘଟଣାକୁ ନେଇ ପୂର୍ତ୍ତ ବିଭାଗର ମହାଦୁର୍ନୀତି ଉଜାଗର ହୋଇଥିବା ସବୁ ମହଲରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୬ ବର୍ଷ ଧରି ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଏଥିରେ ୬୦ କୋଟି ୪୩ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟ କରାଯାଇଛି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପ୍ରଥମ ଦିନରେ ଏଭଳି ବିପଜ୍ଜନକ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଖୁବଶୀଘ୍ର ଏହି ବ୍ରିଜ ଉପରେ ଯାତାୟାତ କରିବା ଅର୍ଥ ଜୀବନକୁ ବାଜି ଲଗାଇ ଯାତ୍ରା କରିବାକୁ ହେଉଛି ବୋଲି ଜନତା ମତ ଦେଇ ଆସୁଛନ୍ତି ବ୍ରିଜର ଉଦଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଜିଲାରେ ଆଧୁନିକୀକରଣ ବିକାଶ ଓ ଯାତାୟାତର ବ୍ୟବସ୍ଥାକୁ ସଦୃଢ଼ କରାଯାଉଥିବାରୁ ରେଳ ଧାରଣା ଅତିକ୍ରମ କରି ଦୈନିକ ଆଞ୍ଚଳିକ ସଡକରେ ଯାତାୟାତ କରୁଥିବା ଜନତା ପ୍ରତି ଦିନ ବିପଦ ଓ ବିଳମ୍ବର ସମ୍ମୁଖୀନ ହେଉଥିବା ବେଳେ ଏହି ବ୍ରିଜ ଦ୍ୱାରା ସେମାନଙ୍କ ଯୋଗାଯୋଗ ସମୟ ବଞ୍ଚିବ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ବ୍ରିଜ ଏତେ ନିମ୍ନମାନର କାର୍ଯ୍ୟ ହୋଇଛି ଯେ, ତାହା ୨୪ ଘଣ୍ଟା ନ ପୁରୁଣୁ ଦବିବାରେ ଲାଗିଛି ବର୍ଷା ଦିନରେ ଏହି ରାସ୍ତା ଏକ ମାସ ପର୍ଯ୍ୟନ୍ତ ତିଷ୍ଠି ରହିବ କି ନାହିଁ ବୋଲି ସନ୍ଦେହ କରାଯାଉଛି। ତରବରିଆ ଭାବରେ ନିର୍ମାଣ ଓ ଦୁର୍ନୀତି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେବା ସହିତ ଜନତାଙ୍କ ସୁରକ୍ଷାକୁ ବାଜିରେ ଲଗାଇ ଦିଆଯାଇଛି । ଠିକାଦାର ପୋଷା ନୀତି ଏବଂ ଟଙ୍କା ବାଟମାରଣା ପାଇଁ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଜନତା ସର୍ବସମ୍ମୁଖରେ ଅଭିଯୋଗ କରୁଛନ୍ତିସରକାର ବଦଳି ଥିବା ସତ୍ୱେ ପୁରୁଣା କାର୍ଯ୍ୟଶୈଳୀ, ଅଫିସରରାଜ ଓ ପିସି କାରବାର ବନ୍ଦ ହୋଇ ନ ଥିବା ଅଭିଯୋଗ ହେଉଛି ଏଣୁ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ବେଳେ ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କଡା ଦଣ୍ଡ ବିଧାନ କରିବାକୁ ସାଧାରଣରେ ଦାବି ହେଉଛି

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories