www.samajalive.in
Wednesday, December 10, 2025
16.1 C
Bhubaneswar

ଟିକାକରଣ କେନ୍ଦ୍ର ହେବନି ତ ସଂକ୍ରମଣ କେନ୍ଦ୍ର?

ସମ୍ବଲପୁର: ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅବ୍ୟବସ୍ଥା ଲାଗି ରହୁଥିବା ନେଇ ଗତ ମାସ ୪ ତାରିଖରେ ‘ସମାଜ’ ରେ ଖବର ପ୍ରକାଶିତ ହେବା ପରେ ସେଠାରେ ବ୍ୟବସ୍ଥାରେ ସୁଧାର ଆସିଥିବା ବେଳେ କିନ୍ତୁ ସହରରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଅବ୍ୟବସ୍ଥା ନ କହିବା ଭଲ। ସହରର ଉପକଣ୍ଠସ୍ଥ ଧନୁପାଲି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଅବ୍ୟବସ୍ଥା ଦେଖିଲେ ଏହା ଟିକାକରଣ କେନ୍ଦ୍ର ନା ସଂକ୍ରମଣ କେନ୍ଦ୍ର ତାହା ବୁଝି ହେଉ ନାହିଁ। ସକାଳ ୭ଟାରୁ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନେ ଟୋକନ ନେବା ପାଇଁ ଆସୁଥିବା ବେଳେ ସେମାନଙ୍କୁ ଦିନ ୯ଟାରେ ଟିକା ନେବା ପାଇଁ ଆସିବାକୁ କୁହାଯାଉଛି। ତେବେ ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ ହେଉ ନ ଥିବାର ଅଭିଯୋଗ ହେଉଛି। ଏ ସର୍ମ୍ପକରେ ବରିଷ୍ଠ ନାଗରିକ ସୁବାଷ ପାଣିଗ୍ରାହୀ କହିଛନ୍ତି ଯେ, ଏବେ ଅନେକ ବରିଷ୍ଠ ନାଗରିକ ମାନଙ୍କର ଦ୍ୱିତୀୟ ଥରର ବୁଷ୍ଟର ଡୋଜ ନେବାର ସମୟ ଆସିଛି। ତେବେ ଯେଉଁ ଭାବରେ ଟିକାକରଣ କେନ୍ଦ୍ର ଗୁଡିକରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସୁବିଧା କରାଯାଉଛି ବୋଲି କୁହାଯାଉଛି, ତାହା ହେଉ ନାହିଁ।

- Advertisement -

ଏବେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ମଧ୍ୟ କରାଯାଉ ନାହିଁ। ଏହା ସହିତ କୋଭିଡ – ୧୯ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ଇତ୍ୟାଦି ପ୍ରାଥମିକ ନିୟମ ମଧ୍ୟ କେହି ମାନୁ ନାହାନ୍ତି ଏବଂ ପ୍ରଶାସନ ମଧ୍ୟ ସବୁକୁ ଆଖିବୁଜି ଦେଇଛି। ସମ୍ବଲପୁରରେ ଯେଭଳି ଭାବରେ ଟିକାକରଣ କେନ୍ଦ୍ର ଗୁଡିକରେ ଅବ୍ୟବସ୍ଥା ଲାଗି ରହିଛି, ଯଦି ଏଭଳି ଲାଗି ରହେ ତାହା ହେଲେ କରୋନା ସଂକ୍ରମଣ କମିବା ଅପେକ୍ଷା ବୃଦ୍ଧି ପାଇବାର ଆଶଙ୍କା ଲାଗି ରହିଛି। ଏଣୁ ତୁରନ୍ତ ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଜନତାଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବଂ କରୋନା ସଂକ୍ରମଣକୁ ରୋକିବା ଦିଗରେ ସୁବ୍ୟବସ୍ଥିତ ଟିକାକରଣର ବ୍ୟବସ୍ଥା କରିବା ଉଚିତ। ଏ ସର୍ମ୍ପକରେ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ସୁଫଳ ମିଳୁ ନାହିଁ ବୋଲି ବରିଷ୍ଠ ନାଗରିକ ପାଣିଗ୍ରାହୀ କହିଛନ୍ତି।

ସୁଚନାଯୋଗ୍ୟ ଯେ, ସାରା ଦେଶରେ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏବେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ଯାଇଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସେଭଳି କିଛି ସ୍ୱତନ୍ତ୍ର ସୁବିଧା କରାଯାଇ ନାହିଁ। ଫଳରେ ବରିଷ୍ଠ ନାଗରିକ ମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏହି ଟିକା ମାଗଣାରେ ଯୋଗାଇ ଦେଉଥିବା ବେଳେ ଏଥି ପାଇଁ ଉଭୟ ଅନଲାଇନ ଓ ଅଫଲାଇନର ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନଲାଇନ ଲାଇନ ବ୍ୟବସ୍ଥା ଜରିଆରେ ବିଭିନ୍ନ କାରଣରୁ ପଞ୍ଜିକରଣ କରିପାରୁ ନ ଥିବା ଅନେକ ବ୍ୟକ୍ତି ଓ ବରିଷ୍ଠ ନାଗରିକ ମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପ୍ରାତଃ ସମୟରୁ ଲାଇନ ଲଗାଉଛନ୍ତି। ସରକାର ବାରମ୍ବାର ଟିକାକରଣ କେନ୍ଦ୍ର ଗୁଡିକରେ ସମସ୍ତଙ୍କ ସୁବିଧା କରାଯାଇଥିବାର ଘୋଷଣା କରୁଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ରହିଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories