ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ପୁଣି ନବରଙ୍ଗପୁର ଜିଲ୍ଲାରେ ୯ ଜଣ ନୂତନ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ନୂତନ ୯ ଜଣ ଆକ୍ରାନ୍ତ ଙ୍କୁ ମିଶାଇ ନବରଙ୍ଗପୁର ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ଆସି ୨୮ ରେ ପହଁଚିଛି । ଆଜି ଚି଼ହ୍ନଟ ୯ ଜଣକ ମଧ୍ୟରୁ ୩ ଜଣ ନବରଙ୍ଗପୁର ମ୍ୟୁନ୍ସିପାଲଟି ଅଂଚଳର, ନବରଙ୍ଗପୁର ବ୍ଲକ ବଡ଼କୁମୁଲି ଗ୍ରାମରୁ ଜଣେ, ଡାବୁଗାଁ ବ୍ଲକ ବେଲୁଆ ଗୁଡ଼ାରୁ ଜଣେ, ଝରୀଗାଁ ବ୍ଲକ ଚିକିଲି ଉଦଲିଗୁଡ଼ାରୁ ୨ଜଣ, ତେନ୍ତୁଳୀଖୁଣ୍ଟି ବ୍ଲକ ଉଦୟପୁର ରୁ ଜଣେ ଏବଂ ଉମରକୋଟ ମ୍ୟୁନ୍ସିପାଲଟି ରୁ ଜଣେ, ଆଜି ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାରେ ୫୮୮୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତହିମଧ୍ୟରୁ ୫୮୧୩ ଜଣ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ବଳକା ୨୮ ଜଣ ମଧ୍ୟରୁ ୨୫ ଜଣ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଅଈଶୁଲେସନରେ ଥିବା ଜିଲ୍ଲାପ୍ରଶାସନ ତରଫରୁ ସୂଚନା ମିଳିଛି ।
ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 9ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ, ୨୮ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା
Popular Categories



