www.samajalive.in
Friday, December 5, 2025
20.1 C
Bhubaneswar

କଣ୍ଟେନର ଚକାତଳେ ଚାଲିଗଲା ମା’-ପୁଅଙ୍କ ଜୀବନ

ସମ୍ବଲପୁର/ପଡ଼ିଆବାହାଲ : ଏକ ମାଲବାହୀ କଣ୍ଟେନର ଚାପାରେ ସମ୍ବଲପୁର ସଦର ଥାନା ଅର୍ନ୍ତଗତ ପଡିଆବାହାଲ ଷ୍ଟେଟବ୍ୟାଙ୍କ ନିକଟରେ ମା’ ଓ ପୁଅର ଶୋଚନୀୟ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ପୁଲିସ ପହଞ୍ଚି ବୁଝାଶୁଝା କରିବା ପରେ ଅପରାହ୍ନ ପ୍ରାୟ ୨ଟା ବେଳକୁ ରାସ୍ତାରୋକ ହଟିଥିଲା। ଏହାପରେ ମା ଓ ପୁଅର ଶବ ବ୍ୟବ​‌ଚ୍ଛେଦ ପାଇଁ ବୁର୍ଲା ପଠାଇଛି। ସଦର ଥାନା ପୁଲିସ କଣ୍ଟେନରକୁ ଜବତ କରିବା ସହ ଚାଳକକୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବଡତୁରାଙ୍ଗ ଗ୍ରାମର ଆହ୍ଲାଦିନୀ ମେହେର(୩୪) ତାଙ୍କ ୨ ବର୍ଷର ପୁଅ ପ୍ରିୟାଂଶୁକୁ ନେଇ ପଡ଼ିଆବାହାଲ ସାପ୍ତାହିକ ହାଟକୁ ଆସିଥିଲେ। ସେଠାରେ ତାଙ୍କ ସ୍ୱାମୀଙ୍କ ଦରଜୀ ଦୋକାନକୁ ଯାଇ ଫେରୁଥିବାବେଳେ ସମ୍ବଲପୁରରୁ ଦେବଗଡ଼ ରାସ୍ତା ଦେଇ କଲିକତା ଯାଉଥିବା ମାଲବାହୀ କଣ୍ଟେନର ଗାଡି ନଂ. ଏମ୍‌ଏଚ୍‌ ୪୬ଏଆର- ୩୧୪୩ ପୂର୍ବାହ୍ନରେ ସେମାନଙ୍କୁ ଧକ୍କା ଦେଇଥିଲା। ମା ଓ ପୁଅ କଣ୍ଟେନର୍‌ ପଛଚକରେ ଚାପି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ମୃତକ ପରିବାରକୁ କ୍ଷତିପୂରଣ ସହ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ଦାବି କରି ରାସ୍ତାରୋକ କରିଥିଲେ। ଖବର ପାଇ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି ଓ ସଦର ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସେମାନେ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ରେଡକ୍ରସ ପାଣ୍ଠିରୁ ମୃତକ ପରିବାରକୁ ୩୦ ହଜାର ଟଙ୍କା ସହାୟତା ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ପ୍ରାୟ ୨ଟାରେ ରାସ୍ତାରୋକ ହଟିଥିଲା। ଏହାପରେ ମା ଓ ପୁଅର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଥିଲା। ପୁଲିସ ଲୋକଙ୍କ ରୋଷର ଶିକାର ହୋଇଥିବା କଣ୍ଟେନର ଚାଳକକୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ଜଣାପଡ଼ିଛି।​‌

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories