www.samajalive.in
Friday, December 5, 2025
27.1 C
Bhubaneswar

ଓଡିଶା ଆଦିବାସୀ ଅଧିକାର ମଞ୍ଚର ୩ ଜଣଙ୍କୁ ଥାନାରେ ଅଟକ: ଦୁଇଶହରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କ ଥାନା ଘେରାଉ, ଜାତୀୟ ରାଜପଥ ଅବରୋଧ

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାମୁଣୀ ଗ୍ରାମରରେ ପ୍ରସ୍ତାବତି ମକା କାରଖାନାକୁ ବିରୋଧ କରି ଗ୍ରାମବାସୀମାନେ ଓଡିଶା ଆଦିବାସୀ ଅଧିକାର ମଞ୍ଚ, କୋଷାଗୁମୁଡା ବ୍ଲକ କମିଟି ଆନୁକୂଲ୍ୟରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ ପାଇଁ ଆସିଥିଲେ। ତେବେ କୋଭିଡ-୧୯ ନିୟମକୁ ଉଲ୍ଲଙ୍ଘନ କରି ବିଭିନ୍ନ ଅଟୋ, ଚାରି ଚକିଆ ଯାନ ଓ ଟ୍ରାକ୍ଟରରେ ଲୋକମାନଙ୍କୁ ବୁହାହୋଇ ନବରଙ୍ଗପୁର ଆଣୁଥିବାବେଳେ ଏସପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଗାଡିଗୁଡିକୁ କୋଡିଙ୍ଗା ଥାନାରେ ଅଟକାଇ ଦିଆଯାଇଥିଲା। ତେବେ ଲୋକମାନେ ଗୋଟିଏ ଲେଖାଏଁ ଗାଡିରେ ୫୦ରୁ ଊର୍ଦ୍ଧ୍ବ ଲୋକ ଖୁନ୍ଦାଖୁନ୍ଦି ହୋଇ ଆସିବା ଓ କୋଭିଡ ନିୟମକୁ ଉଲ୍ଲଙ୍ଘନ ନେଇ ଗାଡି ମଟର ଅଟକାଇ ଦିଆଯାଇଥିଲା। ଦୁଇଶହରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଏକତ୍ରିତ କରାଯାଇ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ମଞ୍ଚ ପକ୍ଷରୁ ବ୍ୟବସ୍ଥା କରିଥିଲେ। ଏଥି ପୂର୍ବରୁ ନେତୃତ୍ୱ ନେଉଥିବା ଓଡିଶା ଆଦିବାସୀ ଅଧିକାର ମଞ୍ଚର ଜିଲା ସମ୍ପାଦକ ରାଜେଶ ଜାନୀ,ରାଜ୍ୟ ସମ୍ପାଦକ ସଲୋ ମାରାଣ୍ଡି ଓ ଚତୁର ସିଂ ହରିଜନଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। ଏହାକୁ ଜାଣିବା ପରେ ଦାବୀପତ୍ର ପ୍ରଦାନ କରିବାକୁ ଆସିଥିବା ଦୁଇଶହରୁ ଊର୍ଦ୍ଧ୍ବ ପୁରୁଷ ମହିଳା ନବରଙ୍ଗପୁର ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥକୁ ଅପରୋଧ କରିଥିଲେ। ଅପରାହ୍ନ ୨ଟାରୁ ସାଢେ ୪ଟା ରାସ୍ତାରୁ ହଟି ନ ଥିଲେ। ଏସପି ଶ୍ରୀକୁଶଲକର, ଉପଜିଲାପାଳ ଭାଷ୍କର ରଇତ, ଏସଡିପିଓ ଆଦିତ୍ୟ ସେନ, ତହସିଲଦାର ରବୀନ୍ଦ୍ର ରାଉତ, ଥାନା ଅଧିକାରୀ ତାରିକ ଅହମ୍ମଦ ସମେତ ଥାନାର ପୁଲି ଅଧିକାରୀ ଓ ପୋଲିସ ଫୋର୍ସ ବହୁ ବାଝାସୁଝା କରଇଥିଲେ ମଧ୍ୟ ୨ ଘଟଣା ରାସ୍ତାରୁ ହଟିନଥିଲେ। ପରବତ୍ତୀ ସମୟରେ ଉପଜିଲାପାଳ ଶ୍ରୀ ରଇତ ଡାକବାଜୀ ଯନ୍ତ୍ର ଦ୍ୱାରା ରାସ୍ତାରୁ ନହଟିଲେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ଦୁଇଥର ପ୍ରଚାର କରିଥିଲେ। ସମ୍ପାଦକ ରାଜେଶ ଜାନୀକୁ ଛଡା ନଯିବା ପର୍ଯ୍ୟନ୍ତ ହଟିବୁ ନାହିଁ ବୋଲି ଥାନା ନିକଟ ରାସ୍ତା କଡରେ ଲୋକ ମାନେ ବସି ରହିଛନ୍ତି। ଏନେଇ ପୁଲିସ କୋଭିଡ ନିୟମ ଉଲ୍ଲଙ୍ଘନ, ରାସ୍ତାରୋକ ପୃଥକ ଦୁଇଟି ମାମଲା ରୁଜୁ କରିଛି। ଓଡିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ କୋଷାଗୁମୁଡା ବ୍ଲକ ବାମୁଣି ଗାଁର ଚାରିଶହରୁ ଉର୍ଦ୍ଧ ପରିବାର ଗାଁର ସୀମା ମଧ୍ୟରେ ଥିବା ରାଜସ୍ୱ ବିଭାଗ ଅଧିନ ଜଙ୍ଗଲ କିସମ ଜମିକୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ବିକ୍ରି କରି କିଛି ଟଙ୍କା ରୋଜଗାର କରୁଛନ୍ତି। ଏହିଜଙ୍ଗଲରେ ଗାଇ ଛେଳ ମେଣ୍ଢା ଚରାଉଛନ୍ତି ବୋଲି ଦାବୀରେ ଜଣାଇଛନ୍ତି। ୧୦୯୬ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ୨୦୧୨ ନିୟମକୁ ଖୋଲା ଉଲ୍ଲଙ୍ଘନ କରାଯାଇଛି। ବାମୁଣି ଗାଁର ୧୬୦ ଏକର ଜମିକୁ ଜିଲା ପ୍ରଶାସନ ଦ୍ୱାରା ଗ୍ରାମସଭା ଓ ପଲ୍ଲି ସଭା କରାନଯାଇ ଗ୍ରାମବାସୀଙ୍କ ଅଜାଣତରେ ଆନ୍ଧ୍ର ପ୍ରଦେଶର ବାୟୋଟେକ ପ୍ରାଇଭେଟ ଲିମିଟେଡ ନାମକ ଏକ ବେସରକାରୀ ସଂସ୍ଥାକୁ ୪୦ ଜଣ ଆଦିବାସୀ ଓ ପରମ୍ପାରିକ ବନବାସୀଙ୍କୁ ମିଳିଥିବା ୮୦ ଏକର ଲିଜ ଜମିକୁଜବରଦସ୍ତ ଭାବେ ଅଧିଗ୍ରହଣ କରାଯାଇଛି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରାଯାଇଛି। ନବରଙ୍ଗପୁର ଜିଲା ପଞ୍ଚମ ଅନୁସୂଚିତ ଅଞ୍ଚଳ ଅନ୍ତଭୁକ୍ତ। ଗ୍ରାମ ସଭା ନହେବା ଯାଏଁ ତୁରନ୍ତ ଇଡେକୋ ଓ ଆନ୍ଧ୍ର ପ୍ରଦେଶର ବାୟୋଟେକ ପ୍ରାଇଭେଟ ଲିମିଟେଡର ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ବାମୁଣି ଗ୍ରାମ ସଭା ଦ୍ୱାରା ଗ୍ରାମବାସୀଙ୍କ ସହମତିରେ ଜମି ଅଧିଗ୍ରହଣ କରାଯିବାକୁ ଦାବି କରାଯାଇଛି। ବ୍ୟକ୍ତିଗତ ଜଙ୍ଗଲ ଜମି ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଦେବା ପାଇଁ ଯଥା ଶିଘ୍ର କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବୀ ରଖିଛନ୍ତି। ସେହିଭଳି ଗ୍ରାମସଭାର ବିନା ଅନୁମତିରେ ଓ ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ଜଙ୍ଗଳ ଅଧିକାର ନମିଳିବା ପୂର୍ବରୁ ବାୟୋଟେକ ପ୍ରାଇଭେଟ ଲିମିଟେଡର ନିର୍ମାଣଧିନ କାର୍ଯ୍ୟକୁ ବନ୍ଦ କରାଯିବାକୁ ଦାବି କରି କହିଥିଲେ। ଏସପିଙ୍କ ଉପସ୍ଥିତିରେ ଉପଜିଲାପାଳଙ୍କୁ ରାଜ୍ୟ ସମ୍ପାଦକ ମାରାଣ୍ଡି ଥାନା ସମ୍ମୁଖରେ ଦାବୀ ପତ୍ର ପ୍ରଦାନ କରିଥିଲେ। ପରବର୍ତି ସମୟରେ ମଧ୍ୟ ରାସ୍ତାରୁ ହଟି ନ ଥିଲେ।। ଉପଜିଲାପାଳ ଶ୍ରୀ ରଇତ ପାଚେରୀ ନିର୍ମାଣ ଜଙ୍ଗଲ କିସମ ଜମିରେ ନୁହଁ ତାହା ସମ୍ପୂର୍ଣ୍ଣ ରାଜସ୍ୱ ଜମି ରେ କରାଯାଉଥିବା ବେଳେ ଗ୍ରାମବାସୀ ଅଭିଯୋଗ କରି ଭୁଲ ତଥ୍ୟ ଦେଉଛନ୍ତି ବୋଲି କହିଛନ୍ତି।

 

- Advertisement -

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories