www.samajalive.in
Thursday, December 11, 2025
18.1 C
Bhubaneswar

ସମ୍ବଲପୁର : କରୋନା ପାଇଁ ସାନିଟାଇଜ କରାଗଲା ଗୋଲବଜାର

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଭୂତାଣୁକୁ ରୋକିବା ପାଇଁ ବାରମ୍ବାର ହାତକୁ ସାବୁନ ଓ ସାନିଟାଇଜରରେ ଧୋଇବା ଓ ମାସ୍କ ଲଗାଇବା ପାଇଁ ପରାମର୍ଶ ଜନତାଙ୍କୁ ବାରମ୍ବାର ଦିଆଯାଉଛି। ଜନତାଙ୍କ ସୁବିଧା ପାଇଁ ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ବଜାର ଗୁଡିକୁ ଖୋଲିବା ଅନୁମତି ଦେଇଛନ୍ତି। କିନ୍ତୁ ଏହି ଦୋକାନ ଓ ବଜାର ଗୁଡିକ ମାଧ୍ୟମରେ ଏବେ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ଲାଗି ରହିଛି। ଏଣୁ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁରର ସବୁ ଠାରୁ ବଡ ପରିବା ଓ ଖାଦ୍ୟ ଶସ୍ୟ ସାମଗ୍ରୀ ମାର୍କେଟ ଗୋଲବଜାରକୁ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ମିଳିତ ଭାବରେ ସାନିଟାଇଜ କରିଛନ୍ତି। ଶନିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଦମକଳ ଗାଡିରେ କ୍ଲୋରୋକ୍ୱିନ ଭର୍ତ୍ତି କରାଯାଇ ବୈଦ୍ୟନାଥ ଛକରୁ ଗୋଲବଜାର ଛକ ଏବଂ ଗୋଲ ବଜାର ମଧ୍ୟରେ ରହିଥିବା ପରିବା ବଜାର ଅଞ୍ଚଳ ଆଦି ସମସ୍ତ ସ୍ଥାନକୁ ସାନିଟାଇଜ କରାଯାଇଛି। ପ୍ରାୟ ଦୁଇ ଘଣ୍ଟା ଧରି ଏହି ସାନିଟାଇଜ କାର୍ଯ୍ୟ ଜାରି ରହିଥିଲା। ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇଥିବା ବେଳେ ଆଗାମୀ ଦିନରେ ଆହୁରୀ ବଜାର ଅଞ୍ଚଳକୁ ମଧ୍ୟ ସାନିଟାଇଜ କରିବାର ବ୍ୟବସ୍ଥା କରାଯାଉଛି ବୋଲି ମହାନଗର ନିଗମ ସୂତ୍ରରୁ ଜଣାପଡିଛି। ବିଳମ୍ବରେ ହେଉ ପଛେ ପ୍ରଶାସନ ପକ୍ଷରୁ ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗୁଡିକ ଆରମ୍ଭ କରାଯାଉଥିବାରୁ ଜନତାଙ୍କ ମଧ୍ୟରେ ଏହାକୁ ନେଇ ସନ୍ତୋଷ ପ୍ରକାଶ କରାଯାଉଛି। ତେବେ ଏହି ପ୍ରତିଷେଧକ ବ୍ୟବସ୍ଥା ଗୁଡିକ କରୋନା ଭୂତାଣୁର ବିପଦ ଟଳିଲା ପର୍ଯ୍ୟନ୍ତ ଜାରି ରହୁ ବୋଲି ସାଧାରଣରେ ଦାବି ହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories