ବୁର୍ଲା : ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତେବେ ସମ୍ବଲପୁରର ବୁର୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ବର୍ଷା ନୂଆ ରେକର୍ଡ ସୃଷ୍ଟି କରିଛି। ଜୁଲାଇ ୨୧ ସକାଳ ୮ରୁ ୨୨ ତାରିଖ ସକାଳ ୮ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ବୁର୍ଲାରେ ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛି। ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ କହିବା ଅନୁସାରେ ପୂର୍ବରୁ ୧୯୮୨ ଅଗଷ୍ଟ ୧୯ ରେ ବୁର୍ଲାରେ ସର୍ବାଧିକ ୫୮୧.୯ ମିମି ବର୍ଷା ରେକର୍ଡ କରାଯାଇଥିଲା।
Popular Categories



