www.samajalive.in
Monday, December 8, 2025
13.1 C
Bhubaneswar

ପ୍ରବାସୀ ଓଡିଆଙ୍କୁ ସାହା ଜୁହାର ପରିବାର : ବାଣ୍ଟିଲେ ଖାଦ୍ୟ ପୁଡିଆ 

ସମ୍ବଲପୁର : ବିଶ୍ୱବ୍ୟାପି ମହାମାରୀ ରୂପ ନେଇଥିବା କରୋନାର ମୁକାବିଲା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ନିଜ ନିଜ ଶକ୍ତି ଅନୁଯାୟୀ ଲଢ଼େଇ ଜାରି ରଖିଛନ୍ତି। ଏବେ ଦେଶ ଲକ ଡାଉନର ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ରାଜଧାନୀ ନୁଆଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆଙ୍କ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ‘ଜୁହାର’ ପରିବାର ପକ୍ଷରୁ ଅସୁବିଧାରେ ରହିଥିବା ଓଡିଆ ପରିବାର ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି। ନୁଆଦିଲ୍ଲୀ ଓ ଏନସିଆରରେ ରହୁଥିବା ବହୁ ଓଡିଆ ପରିବାର ଲକ ଡାଉନ ପାଇଁ ରୋଜଗାର ହରାଇବା ଯୋଗୁଁ ସେମାନେ ପରିବାର ପୋଷଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଜୁହାର ପରିବାରକୁ ଜଣାଇଥିଲେ। ତେଣୁ ଜୁହାର ପରିବାରର ସଦସ୍ୟ ମାନେ ସ୍ଥିତିକୁ ଯାଞ୍ଚ ପରେ ସଙ୍ଗଠନର ସଦସ୍ୟ ମାନଙ୍କ ଆର୍ଥିକ ସହାୟତା ବଳରେ ଅସହାୟ ପରିବାରଙ୍କ ପାଇଁ ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି। ରବିବାର ଦିଲ୍ଲୀର ସାହାସପୁର ଜାଟ ଗ୍ରାମରେ ରହୁଥିବା ଓଡିଆ ପରିବାର ମାନଙ୍କୁ ଚାଉଳ, ଡାଲି, ଲୁଣ, ତେଲ, ସାବୁନ ଆଦି ସମ୍ବଳିତ ୧୦୦ଟି ଖାଦ୍ୟ ପୁଡିଆ ବିତରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଲକ ଡାଉନର ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା, ସ୍ୱଚ୍ଛତା ଇତ୍ୟାଦିକୁ କଡାକଡି ଭାବରେ ପାଳନ କରାଯାଇଥିଲା। ଆଗାମୀ ଦିନରେ ସଙ୍ଗଠନକୁ ଅନୁରୋଧ କରିଥିବା ଆହୁରୀ ଲୋକ ମାନଙ୍କୁ ଏଭଳି ଖାଦ୍ୟ ପୁଡିଆ ବଣ୍ଟନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଲକ ଡାଉନ ଆରମ୍ଭ ହେବା ଦିନ ଠାରୁ ସଙ୍ଗଠନର ସଦସ୍ୟ ମାନେ କରୋନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସାମାଜିକ ଗଣମାଧ୍ୟମ, ୟୁଟ୍ୟୁବ ଭିଡିଓ ଆଦି ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହିତ ଘରେ ରହି ସୁସ୍ଥ ରହିବା ପାଇଁ ଅନୁରୋଧ ଜାରି ରଖିଛନ୍ତି। ଏହି ମାନବୀୟ ସେବା କାର୍ଯ୍ୟରେ ସଙ୍ଗଠନର ପରାମର୍ଶଦାତା ବିଜୟାନନ୍ଦ ନାଏକ, ଉପ ସଭାପତି ଅକୂର ଭାରତ ସାଗାର, ବାସୁଦେବ ତ୍ରିପାଠୀ, ଅନୀତା ନାଏକ, ରଞ୍ଜନ ପ୍ରଧାନ ଙ୍କ ସମେତ ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ। ପ୍ରବାସୀ ଓଡିଆଙ୍କ ଏହି ମହତ କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories