www.samajalive.in
Monday, December 8, 2025
24.1 C
Bhubaneswar

ମଦ ପାଇଁ ବାଉଳା: ଦୋକାନ ଖୋଲୁ ଖୋଲୁ ମାଇଲ ମାଇଲ ଲମ୍ବା ଧାଡ଼ି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଆଖିରେ ରଖି ଦେଶବ୍ୟାପୀ ଘୋଷଣା ହୋଇଥିଲା ଲକ୍ଡ଼ାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିନ୍ନ ଆଉ କିଛି ଦୋକାନ ଖୋଲିବାକୁ ବାରଣ କରାଯାଇଥିଲା । ଏହି କ୍ରମରେ ମଦ ଦୋକାନ ବି ବନ୍ଦ ରହିଥିଲା । ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଘୋଷଣା ସମୟରେ ମଦ ଦୋକାନ ଖୋଲିବା ଉପରେ କଟକଣା କିଛିଟା କୋହଳ ହୋଇଛି । ଗ୍ରୀନ୍ ଜୋନରେ ମଦ ଦୋକାନ ଦିନବେଳେ ଖୋଲିବାକୁ ଅନୁମତି ମିଳିଛି ।  କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଜୋନରେ ମଦ ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । କୌଣସି ସପିଂ ମଲ କିମ୍ବା ମାର୍କେଟ ଭିତରେ ନରହି ଖୋଲା ସ୍ଥାନରେ ଥିବା ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହିତ ମଦ ଦୋକାନରେ ଏକ ସମୟରେ ୫ ଜଣ ଗ୍ରାହକ ଯାଇ ପାରିବେ ନାହିଁ, ସାମାଜିକ ଦୂରତ୍ବ ବଜାୟ ରହିବ ଓ ସମସ୍ତେ ମାସ୍କ ପରିଧାନ କରିବେ ପରି କିଛିଟା ସର୍ତ ଲାଗୁ କରାଯାଇଥିଲା । କିନ୍ତୁ ଦୋକାନ ଖୋଲିବା ପରେ ଲୋକ ମାନୁନାହାନ୍ତି ନିୟମ, ଦୋକାନୀ ମାନୁନାହାନ୍ତି ସର୍ତ । ଏହାପରେ ଯେଉଁଠି ମଦ ଦୋକାନ ଖୋଲିଛି ସେଠାରେ ଲାଗିଛି ମାଇଲ ମାଇଲ୍ ଲମ୍ବା ଲାଇନ । ଦିଲ୍ଲୀରେ ମଦ ଦୋକାନ ସମ୍ମୁଖରେ ଧାଡ଼ି ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଆଜି ଦେଖାଯାଇଛି । ମଦ ଆସକ୍ତି ଲୋକଙ୍କୁ ଘଣ୍ଟାଘଣ୍ଟା ଖରାରେ ଠିଆ କରାଇବାକୁ ବାଧ୍ୟ କରିଛି ।

https://twitter.com/i/status/1257183839849349120

- Advertisement -

ଆନ୍ଧ୍ର ଓ ଛତିଶଗଡ଼ରେ ପରିସ୍ଥିତି ସଙ୍ଗୀନ । ଦୋ ଗଜ ଦୂରୀ (ଅର୍ଥାତ୍ ଛଅଫୁଟ) ଦୂରତ୍ବକୁ କେହି ମାନୁନାହାନ୍ତି ।  ରାଜଧାନୀ ଦିଲ୍ଲୀରେ ମଧ୍ୟ ମଦ ଦୋକାନ ଗୁଡ଼ିକରେ ନାହିଁନଥିବା ଭିଡ଼ । ୪୦ ଦିନ ପରେ ଖୋଲିଛି ମଦ ଦୋକାନ । ଗ୍ରାହକ ଲମ୍ବା ଲାଇନରେ ଅପେକ୍ଷା କରି ମଦ କିଣୁଛନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories