www.samajalive.in
Saturday, December 13, 2025
27.1 C
Bhubaneswar

ସମୀର ବାବୁଙ୍କୁ ଜାମିନ ପ୍ରଦାନ ପାଇଁ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ଦାବି

ସମ୍ବଲପୁର : ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ସାକ୍ଷାତକାର କରି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଆବାହକ ତଥା ଶୀତଳଷଷ୍ଠୀ ଯାତ୍ରା କମିଟିର ସଦସ୍ୟ ସମୀର ରଞ୍ଜନ ବାବୁଙ୍କୁ ଜାମିନ ପ୍ରଦାନରେ ସହାୟତା ପାଇଁ ଅନୁରୋଧ କରିଛନ୍ତି। କମିଟି ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଗତ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ହୋଇଥିବା ଘଟଣା ଗୁଡିକରେ ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବାର ସମ୍ଭାବନା ରହିଛି । ମୁଖ୍ୟତଃ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଦସ୍ୟ ସମୀର ରଞ୍ଜନ ବାବୁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଇ ତାଙ୍କୁ ଗିରଫ କରାଯାଇ କିଛି ମାସ ହେବ ବିଚାରାଧିନ ଅବସ୍ଥାରେ ଜେଲରେ ରଖାଯାଇଛି। ବିଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପରେ କେବଳ ସନ୍ଦେହ ଆଧାରରେ ଶ୍ରୀ ବାବୁଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାର ମିଳିତ ସମନ୍ୱୟ ସମିତି (ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ା)ର ସେ ସଭାପତି ରହିଥିଲେ। ସାମ୍ପ୍ରଦାୟିକ ହିଂସାକାଣ୍ଡ ସତ୍ତ୍ବେ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବରେ ଆୟୋଜିତ କରିବାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଏହା ପରେ ମଧ୍ୟ ତାଙ୍କର ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ପୁଲିସ ଦ୍ୱାରା ଦିଆଯାଉଥିବାରୁ ମାନବିକତା ଦୃଷ୍ଟିରୁ ବିଚାରକୁ ତାଙ୍କର ବିଷୟ ବିଚାରକୁ ନିଆଯାଉ ବୋଲି ସଦସ୍ୟ ମାନେ ଅନୁରୋଧ କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଗୋଲକ ବିହାରୀ ମିଶ୍ର, ପ୍ରଫୁଲ୍ଲ ହୋତା, ସିଦ୍ଧେଶ୍ବର ନନ୍ଦ, ଫଣି ଭୂଷଣ ମିଶ୍ର, ଶିବ ମିଶ୍ର, ପ୍ରଭୁଦତ୍ତ ପଣ୍ଡା, ସନତ ନନ୍ଦ, ଅମୂଲ୍ୟ ମିଶ୍ର, ବିଭୁତି ଭୂଷଣ ମିଶ୍ର, ପ୍ରଶାନ୍ତ ବରାଇ, ବିଚିତ୍ରା ମିଶ୍ର, ମନୋଜ ମହାପାତ୍ର, ଭୂବନ ମୋହନ ମିଶ୍ର, କେଶବ ମିଶ୍ର, ଅରୁଣକାନ୍ତି ମିଶ୍ର, ଦିଲ୍ଲୀପ କୁମାର କୁଅଁର, ଆଶିଷ ବାବୁ ପ୍ରମୁଖଙ୍କ ଦସ୍ତଖତ ରହିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories