ପାଟଣା: ଦୈନିକ ‘ସମାଜ’ ଖବରକାଗଜ ଓ ଏହାର ଡିଜିଟାଲ ପ୍ଲାଟଫର୍ମ ‘ସମାଜ ପୋର୍ଟାଲ’ରେ ଚଳିତ ମାସ ୧୭ରେ ଆମ ପାଟଣା ପ୍ରତିନିଧିଙ୍କ ‘ନାବାଳକ ପିଠିରେ ବଢୁଛି ଆବୁ, ଚିକିତ୍ସା ପାଇଁ ଅର୍ଥ ବାଧକ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଆବୁ ଆକ୍ରାନ୍ତ ପାଟଣା ବ୍ଲକ ଗାଲଫୁଲା ଗ୍ରାମର ଦିନେଶ କୁମାର ନାଏକ (୧୩)ଙ୍କ ଆଡକୁ ସହାୟତା ହାତ ବଢାଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଏପରିକି ଦିନେଶଙ୍କ ମାଆ ଶ୍ରିମଣୀଙ୍କର ମଧ୍ୟ ବେକରେ ଆବୁ ବାହାରୁଥିବା ଖବରକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ରୋଗୀ ଯାନରେ ଉଭୟ ମାଆ ଓ ପୁଅଙ୍କୁ ଚିକିତ୍ସା ପାଇଁ ଗତକାଲି କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିଲା।ତେବେ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ କଟକ ଡାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି।
‘ସମାଜ ପୋର୍ଟାଲ’ ପ୍ରଭାବ, ଆକ୍ରାନ୍ତ ନାବାଳକଙ୍କ ସହାୟତା ପାଇଁ ଆଗେଇ ଆସିଲା ସ୍ବାସ୍ଥ୍ୟ ବିଭାଗ
Popular Categories



