www.samajalive.in
Monday, December 15, 2025
26.1 C
Bhubaneswar

‘ସମାଜ ଲାଇଭ’ ପ୍ରଭାବ: ଜରୁରୀକାଳୀନ ଭିତ୍ତିରେ ମରାମତି ହେଲା ପାଇପଲାଇନ, ଲୋକେ ପାଣି ପାଇ ଖୁସି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମରେ ଦୀର୍ଘବର୍ଷ ଧରି ପାନୀୟ ଜଳର ଘୋର ଅଭାବ ଦେଖିବାକୁ ମିଳୁଥିଲା। ଲୋକେ ପାଣି ମୁନ୍ଦାଏ ପିଇବା ପାଇଁ ଡହଳବିକଳ ହେଉଥିଲେ। ଗାଁଠାରୁ ୨ କିମି ଦୂରରେ ହରଭଙ୍ଗି ଜଳଭଣ୍ଡାର ରହିଥିବା ସତ୍ତ୍ଵେ ଗ୍ରାମବାସୀ ଭୋଗୁଛନ୍ତି ଜଳଯନ୍ତ୍ରଣା । ଏହି ଖବର ‘ସମାଜ ଲାଇଭ’ରେ ୮ତାରିଖରେ ପ୍ରକାଶନ ହେବାପରେ ନିଆଯାଇଛି ତ୍ବରିତ ପଦକ୍ଷେପ। ଜିଲ୍ଲା ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ପତିଙ୍କ ନିର୍ଦ୍ଦେଶରେ ମୋହନା ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇଙ୍କ ତତ୍ତ୍ଵଵଧାନରେ କର୍ମଚାରୀମାନେ ବିରିକୋଟ ଗ୍ରାମରେ ପହଞ୍ଚି ଗାଁଠାରୁ ୨ କିମି ଦୂର ଆଶ୍ରୟପୁର ଗାଁ ନିକଟରେ ରହିଥିବା ହରଭଙ୍ଗି ଡ୍ୟାମରୁ ଗ୍ରାମକୁ ବିଛାଯାଇଥିବା ଏଚଡିପିଇ ପାଇପକୁ ଆଜି ସଜାଡ଼ଛନ୍ତି। ୪ଟି ସ୍ଥାନରେ ଫାଟିଯାଇଥିବା ପାଇପକୁ ମରାମତି କରିଛନ୍ତି। ଏହାପରେ ପାଣିପାଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories