www.samajalive.in
Saturday, December 6, 2025
15.1 C
Bhubaneswar

ସମାଜ ପ୍ରଭାବ: ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ବୃଦ୍ଧ ଶତ୍ରୁଘନ ଓ ତାଙ୍କ ରୋଗୀଣା ସ୍ତ୍ରୀ ତିଳୋତ୍ତମାଙ୍କ ଶୋଚନୀୟ ଅବସ୍ଥା ଯେକୌଣସି ମଣିଷ ମନକୁ ବିଚଳିତ କରିବ, ଆନ୍ଦୋଳିତ କରିବ। କିନ୍ତୁ ଆଜିଯାଏଁ ତାଙ୍କ ପାଇଁ ସରକାରୀ ସହାୟତାର ହାତ ପହଞ୍ଚିପାରି ନଥିଲା। କିନ୍ତୁ ଗତକାଲି ଏହି ଦାରିଦ୍ର୍ୟର ଚରମ ସୀମାରେ ନିଜ ଜୀବନକୁ ବୋଝ ଭାବି ବଞ୍ଚୁଥିବା ବୃଦ୍ଧ ସ୍ବାମୀ ସ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲେ ରେଙ୍ଗାଲିକ୍ୟାମ୍ପ ସମାଜ ପ୍ରତିନିଧି ଆକାଶ ମିଶ୍ର। ସେ ଏହି ଖବରଟିକୁ ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ। ଖବର ପ୍ରକାଶିତ ହେବା ପରେ ଆଜି ଶତ୍ରୁଘନଙ୍କ ପାଖରେ ପହଞ୍ଚିଲା ବ୍ଲକ ପ୍ରଶାସନ।

ଟୋପ ପଞ୍ଚାୟତ ତୂରୀ ପଡ଼ାରେ ଦୀର୍ଘ ଦିନ ଧରି ଦାରିଦ୍ର ସୀମା ରେଖା ତଳେ ଚାପି ହୋଇ ଦୁର୍ଦ୍ଦିନ ଅବସ୍ଥାରେ ପଡି ରହିଥିବା ଶତ୍ରୁଘ୍ନ ଓ ତିଲୋତ୍ତମା ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖକୁ ବ୍ଲକ ପ୍ରଶାସନ ପହଞ୍ଚିଥିଲେ। ଅସହାୟ ତଥା ରୋଗୀଣା ବୃଦ୍ଧ ଦମ୍ପତ୍ତିଙ୍କ ଏଣ୍ଟିଜେନ ଟେଷ୍ଟ ପରେ ତାଙ୍କର ଥଇଥାନ କରିବା ପାଇଁ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି ।ଏହାପରେ ଲାଘବ ହେବ ଦମ୍ପତ୍ତିଙ୍କ ଦୁଃଖ। ଏନେଇ ଆଜି ସ୍ଥାନୀୟ ପଞ୍ଚାୟତ, ବ୍ଲକ, ସ୍ୱାସ୍ଥ୍ୟ ଅଧିକାରୀମାନେ ପହଞ୍ଚି ତଦନ୍ତ କରି ବୃଦ୍ଧ ଦମ୍ପତ୍ତିଙ୍କୁ ୪ମାସର ଭତ୍ତା ଦେବା ସହ ଅତିଶୀଘ୍ର ସେମାନଙ୍କର ଉତ୍ତମ ଚିକିତ୍ସା କରାଇ ଭେଡେନ ସ୍ଥିତ ବୃଦ୍ଧାଶ୍ରମରେ ଥଇଥାନ କରାଯିବ ବୋଲି ବିଡ଼ିଓ ବିଶ୍ୱନାଥ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଟୋପ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଝସକେତନ ମହାପାତ୍ର, ଜି ଆର ଏସ୍ ଶ୍ରୀକାନ୍ତ ହୋତା, ବ୍ଲକ ପ୍ରଶାସନ ଗ୍ରାମ ପଞ୍ଚାୟତ ଅଧିକାରୀ ଚମାରୁ ନାଏକ, ବ୍ଲକ ସାମାଜିକ ଅଧିକାରୀ ଅମ୍ମୁଜାକ୍ଷ ପ୍ରଧାନ ପ୍ରମୁଖଙ୍କ ସହ ଅତାବିରା ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର ସଦଲବଳେ ପହଞ୍ଚି ପଚରା ଉଚରା କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories