ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର ଦାଣ୍ଡିଗୁଡା ଗ୍ରାମର ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ମଧ୍ୟ କମଳୀ ମାଝୀ ବିଧବା ଭତ୍ତା ପାଇନଥିବା ଘଟଣା ମଙ୍ଗଳବାର ‘ସମାଜ’ରେ ଖବର ପ୍ରସାରଣ ହେବାର ୨୪ ଘଣ୍ଟା ମଧ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଡିଓ ଶଶାଙ୍କ ପାତ୍ରଙ୍କ ନିର୍ଦେଶରେ ମଙ୍ଗଳବାର ପିଇଓ ସାଧୁରାମ ସାହୁଙ୍କ ଅନୁପସ୍ଥିତିରେ ଯୋଗାଣ ସହାୟକ ଭାଗ୍ୟବାନ ମଙ୍ଗରାଜ ଓ ଯୁବ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା କମଳୀ ମାଝୀଙ୍କ ଘରକୁ ଯାଇ ଏରିଅର ସହ ୫ ମାସର ଭତ୍ତା ୨୫୦୦ ଟଙ୍କା ପ୍ରଦାନ କରିଛନ୍ତି। ଭତ୍ତା ପାଇଲା ପରେ କମଳୀଙ୍କ ପରିବାର ଓ ଗ୍ରାମବାସୀ ବ୍ଲକ ପ୍ରଶାସନ, ପଞ୍ଚାୟତ କର୍ତ୍ତୃପକ୍ଷ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିବା ବେଳେ ବିଡିଓଙ୍କ ତୁରନ୍ତ ପଦକ୍ଷେପକୁ ଅଞ୍ଚଳରେ ପ୍ରଶଂସା କରିଛନ୍ତି।
Popular Categories



