କଟକ: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ପାଳନ କରାଯାଇଛି । ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜର କଟକ କାର୍ଯ୍ୟାଳୟରେ ଆଜି ସକାଳୁ ସମାଜର ସମ୍ପାଦକ ତଥା କାର୍ଯ୍ୟାଵାହୀ ମୁଖ୍ୟ ପରିଚାଳକ ତପନ ମିଶ୍ରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉତ୍କଳମଣିଙ୍କୁ ଶ୍ରଦ୍ଧାଶୁମାନ ଅର୍ପଣ କରିଥିଲେ । ସମାଜ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ବକ୍ସି ବଜ଼ାର ଠାରେ ଥିବା ଗୋପବନ୍ଧୁ ପାର୍କରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ କଟକ ମେୟର ସୁବାସ ସିଂହ ଯୋଗ ଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
Popular Categories



