ନାଗାବାବାଙ୍କୁ‘ସମାଜ’ର ସହାୟତା

0

ଭୁବନେଶ୍ୱର  : ଗତ ବୁଧବାର ଖଣ୍ଡଗିରିର ଏକ ଆଶ୍ରମ ପରିସରରେ ଜଣେ ନାଗାବାବାଙ୍କୁ କିନ୍ନରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଘଟଣା ପଦାକୁ ଆସିବା ପରେ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଏବଂ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଆଚାର୍ଯ୍ୟ ଶନିବାର ସକାଳେ ନାଗାବାବାଙ୍କୁ ‘ସମାଜ’ ରିଲିଫ ପାଣ୍ଠିରୁ ୫,୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ନାଗାବାବାଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଖଣ୍ଡଗିରି ମୁଣ୍ଡିଆର ପବିତ୍ରତା ଏବଂ ସାଧୁସନ୍ଥଙ୍କ ନିରାପତ୍ତା ଯେଭଳି ଅକ୍ଷୁଣ୍ଣ ରହିବ ସେଥିପାଇଁ ନିବେଦନ କରିଥିଲେ। ସାଧୁସନ୍ଥଙ୍କର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରୁଥିବା ଏବଂ ସ୍ୱଚ୍ଛତାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତାଙ୍କର ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ। ଏଥିପାଇଁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି ବୋଲି କହିଥିଲେ।
ନାଗାବାବାଙ୍କ ପ୍ରତି ଆକ୍ରମଣ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅନେକ ବ୍ୟକ୍ତିବିଶେଷ ଓ ସାଧୁସନ୍ଥ ତାଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ତାଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି।

Leave A Reply