www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ, କେତେବେଳେ ହେବ ଦବଙ୍ଗ ଖାନଙ୍କ ଏଣ୍ଟ୍ରି

କଟକ : ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଉଭୟ ଭୁବନେଶ୍ୱର ଓ କଟକ ଚଳଚଞ୍ଚଳ ହୋଇପଡ଼ିଛି। ଉଦଘାଟନୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଟକ ଓ ଭୁବନେଶ୍ୱରରେ ବଲିଉଡ଼ ତାରକାଙ୍କ ଯାଦୁ ଦେଖିବାକୁ ମିଳିବ।

ଏହି ଅବସରରେ ବୁଧବାର କଟକର ବାରବାଟୀ ଷ୍ଟାଡିୟମ୍‍ ଆସୁଛନ୍ତି ବଲିଉଡ଼ ଭାଇଜାନ୍‍ ସଲମାନ ଖାନ୍‍। ସେ ବୁଧବାର ଅପରାହ୍ନ ୪ଟାରେ ଦିଲ୍ଲୀରୁ ଚାଟାର୍ଡ଼ ଫ୍ଲାଇଟ୍‍ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ନ ୫.୩୦ ସମୟରେ ସଲମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆସି ସନ୍ଧ୍ୟା ୬.୩୦ ସମୟରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବେ। କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ବିମାନବନ୍ଦରରୁ ଚାଟାର୍ଡ଼ ଫ୍ଲାଇଟରେ ଫେରିଯିବେ।

- Advertisement -

ସଭିଙ୍କ ପ୍ରିୟ ଭାଇଜାନ :

ସଲମାନ ସାରା ଦେଶରେ ପିଲାଠାରୁ ବୟସ୍କ ସମସ୍ତଙ୍କ ପାଇଁ ପରିଚିିତ। କେବଳ ଦେଶ ନୁହେଁ ସାରା ବିଶ୍ୱ ସଲମାନଙ୍କୁ ଜାଣେ। ବିଭିନ୍ନ ମନଛୁଆଁ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ଅଦ୍ୟାବଧି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସଲମାନ ନିଜ ବାସ୍ତବବାଦୀ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ରେସ୍‍-୩, ବଜରଙ୍ଗୀ ଭାଇଜାନ୍‍, ସୁଲତାନ, ଟାଇଗର ଜିନ୍ଦା ହୈ, ଦବଙ୍ଗ ଭଳି ସୁପରହିଟ୍‍ ଚଳଚ୍ଚିତ୍ର ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କର ବହୁ ଚଳଚ୍ଚିତ୍ର ଯେପରିକି ‘ବଜରଙ୍ଗୀ ଭାଇଜାନ୍‍’, ‘ସୁଲତାନ’ ଆଦି କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନ କିଣିପାରିଛି ଓ ଭଲ ବ୍ୟବସାୟ କରିପାରିଛି। ନିଜର ବଳିଷ୍ଠ ଅଭିନୟ ପାଇଁ ସେ ବହୁ ସମ୍ମାନ ଓ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ତେବେ କିଛିଦିନ ହେବ କୃଷ୍ଣସାର ମୃଗ ଶିକାର ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଲୋକପ୍ରିୟତା କମିବ ବୋଲି ସିନେ ସମୀକ୍ଷକମାନେ ଅନୁମାନ କରୁଥିଲେ। ହେଲେ ସେପରି କିଛି ହୋଇନଥିଲା। ବରଂ ଦିନକୁ ଦିନ ଭାଇଜାନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି।

ସଲମାନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ, ୨୦୧୯ରେ ସେ ଦର୍ଶକମାନଙ୍କୁ ଭାରତ, କିକ୍‍-୨, ତାନା ଜୀ : ଦ ଅନସଙ୍ଗ୍‍ ୱାରିୟର ଆଦି ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories