mission shakti banner

ନିର୍ବାଚନ ଲଢ଼ିବିନି କି କାହା ପାଇଁ ପ୍ରଚାର କରିବିନି: ସଲମାନ

BSKY banner  750×100
0

ନୂଆଦିଲ୍ଲୀ: ମୁଁ ନିର୍ବାଚନ ଲଢ଼ିବିନି କି କେଉଁ ପାର୍ଟି ପାଇଁ ପ୍ରଚାର ବି କରିବିନି। ଏକଥା କହିଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ସଲମାନ ଖାନ। ସୋସିଆଲ ମିଡିଆରେ ପୂର୍ବରୁ ଖବର ଆସିଥିଲା ଯେ ମଧ୍ୟପ୍ରଦେଶ କଂଗ୍ରେସ ଇନ୍ଦୋରରେ ନିର୍ବାଚନ ପ୍ରଚାର ପାଇଁ ସଲମାନଙ୍କୁ ଆଣିବାକୁ ଚେଷ୍ଟା କରୁଛି। ଏହାର ଜବାବରେ ସଲମାନ ରୋକଠୋକ ନାସ୍ତିବାଣୀ ଶୁଣେଇବା ସହ କହିଛନ୍ତି ଯେ ସେ କାହା ପାଇଁ ପ୍ରଚାର କରିବେ ନାହିଁ ଓ ସେ ନିଜେ ନିର୍ବାଚନ ଲଢ଼ିବେ ନାହିଁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ ଅଭିନେତା ଅଭିନେତ୍ରୀଙ୍କୁ ଚଳିତ ନିର୍ବାଚନରେ ସେମାନଙ୍କ ପ୍ରଶଂସକମାନଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ନିମିତ୍ତ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେବା ପରେ, ଅଭିନେତା ସଲମାନ ମୋଦୀଙ୍କୁ ଟ୍ୱିଟ କରିଥିଲେ ଯେ, ଆମେ ଗଣତନ୍ତ୍ରର ଭାଗିଦାର ଏବଂ ମତଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ଅଧିକାର, ତେଣୁ ସମସ୍ତେ ମତାଧିକାର ସାବ୍ୟସ୍ତ କରି ସରକାର ଗଠନରେ ସହଯୋଗ କରିବା ଆବଶ୍ୟକ।

Leave A Reply