www.samajalive.in
Sunday, December 14, 2025
23.1 C
Bhubaneswar

ସଲମାନ୍‌ଙ୍କୁ ଅଟକାଇଥିବା ଓଡ଼ିଆ ଯବାନଙ୍କଠାରୁ ଜବାବ ତଲବ

ମୁମ୍ବଇ: ନିଜକୁ ଭିଆଇପି ମନେକରି ବିମାନ ବନ୍ଦର ନିୟମ ନମାନି ତନଖି ଫାଟକ ଅତିକ୍ରମ କରୁଥିବା ସମୟରେ ୨୧ ତାରିଖରେ ବଲିଉଡର ଖ୍ୟାତନାମା ଅଭିନେତା ସଲମାନ୍‌ ଖାଁଙ୍କୁ ଅଟକାଇ ଥିଲେ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ର ଓଡ଼ିଆ ଯବାନ ସୋମନାଥ ମହାନ୍ତି। ଚାକିରି ନିୟମାବଳୀର ଉଲ୍ଲଙ୍ଘନ କରି ଗଣମାଧ୍ୟମ ସମ୍ମୁଖରେ ନିଜ ମତାମତ ଦେଇଥିବାରୁ ସୋମନାଥଙ୍କଠାରୁ ସିଆଇଏସଏଫ ଜବାବ ତଲବ କରିଛି।

ଗତ ଶନିବାର ଭୋର ପ୍ରାୟ ୪ଟାରେ ସଲମାନ୍‌, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସ୍‌ମି ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଗାମୀ ହିନ୍ଦୀ ସିନେମା ‘ଟାଇଗର-୩’ ସୁଟିଂ ପାଇଁ ଏମାନେ ବ୍ୟକ୍ତିଗତ ବିମାନରେ ରୁଷ୍‌ ଯାଉଥିଲେ। ତେଣୁ ଏମାନଙ୍କର କେବଳ ‘ଭିସା’ ଓ ପାସପୋର୍ଟ ତନଖି ହେବା କଥା। ବିମାନ ବନ୍ଦରର ତନଖି ଫାଟକଠାରେ ନିୟୋଜିତ ଥିବା ସୋମନାଥ ସଲମାନଙ୍କୁ ଅଟକାଇ ସାଧାରଣ ଯାତ୍ରୀଙ୍କ ସହ ଧାଡ଼ିରେ ଆସିବାକୁ କହିଥିଲେ। ସଲମାନ୍‌ ଯବାନଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ପଛକୁ ଫେରି ଯାତ୍ରୀଙ୍କ ଧାଡ଼ିରେ ଆସି ତନଖି ପରେ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ସେ ବିମାନ ବନ୍ଦର ତନଖି ଫାଟକ ନିକଟରେ ଥିବାବେଳେ କେତେଜଣ ଫଟୋଗ୍ରାଫର ଓ ପ୍ରଶଂସକ ଭିଡ଼ ଜମାଇଥିଲେ। ନିରାପତ୍ତା ଦୃଷ୍ଟିରୁ ସୋମନାଥ ସେମାନଙ୍କୁ ମଧ୍ୟ ଘଉଡ଼ାଇ ଦେଇଥିଲେ। ପରେ ସଲମାନ୍‌ ଓ ତାଙ୍କ ଦଳ ନିଜ ବ୍ୟକ୍ତିଗତ ବିମାନରେ ରୁଷ୍‌ ଯାତ୍ରା କରିଥିଲେ। ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୋମନାଥ କହିଥିଲେ। ଏ ସଂକ୍ରାନ୍ତରେ ଏକ ଭିଡିଓ ବ୍ୟାପିବା ପରେ ସମଗ୍ର ଦେଶରେ ସୋମନାଥଙ୍କ କର୍ତ୍ତବ୍ୟପରାୟଣ ଓ ଦାୟିତ୍ବବୋଧତାକୁ ପ୍ରଶଂସା କରାଯାଇଥିଲା। ସୋମନାଥଙ୍କ ଘର ନୟାଗଡ଼ ଜିଲାରେ ବୋଲି ଜଣାପଡ଼ିଛି। ତେବେ ସେନା ପୋଷାକରେ ଥାଇ ସର୍ବସାଧାରଣରେ ନିଜ ମତାମତ ଉପସ୍ଥାପନ କରିବା ଚାକିରି ନିୟମର ଉଲ୍ଲଙ୍ଘନ। ଏଥିପାଇଁ ସିଆଇଏସଏଫ ପକ୍ଷରୁ ଜବାବ ତଲବ କରାଯାଇଥିବା ଜଣାପଡ଼ିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories