www.samajalive.in
Saturday, December 13, 2025
26.1 C
Bhubaneswar

୨୬ରୁ ତିନିଦିନ ପ୍ରବଳ ବର୍ଷା, ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ଆଗକୁ ଆଉ ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଦୁର୍ବଳ ମୌସୁମି ପ୍ରଭାବ ଲାଗି ରହିପାରେ। ଅଗଷ୍ଟ ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ ଆକଳନ କହୁଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବଜ୍ରପାତ ସହିତ ବର୍ଷାର ଆଶଙ୍କା ରହିଛି। ୨୬, ୨୭ ଓ ୨୮ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସ୍‌ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

- Advertisement -

ପାଣିପାଗ କେନ୍ଦ୍ରର ତଥ୍ୟାନୁଯାୟୀ, ଅଗଷ୍ଟ ପହିଲାରୁ ୨୪ ତାରିଖ ସୁଦ୍ଧା ୨୯୨.୬ ମିମି ବର୍ଷା ହେବାକୁ ଥିବାବେଳେ ୧୩୨ ମିମି ହୋଇଛି। ଯାହାକି ୫୫ ପ୍ରତିଶତ ନିଅଣ୍ଟ। ଚଳିତ ମାସରେ କେବଳ ମାଲକାନଗିରି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୨୯ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି। ମୌସୁମିଜନିତ ବର୍ଷା ଜୁନ୍ ପହିଲାରୁ ଅଗଷ୍ଟ ୨୪ ସୁଦ୍ଧା ରାଜ୍ୟରେ ୮୫୪.୯ ମିମି ବର୍ଷା ହେବାକୁ ଥିବାବେଳେ ମାତ୍ର ୫୮୮.୩ ମିମି ହୋଇଛି। ଯଦ୍ଦାରା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲାଣି। ୨୭ ଜିଲାରେ ଅଭାବୀ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ଅନୁଗୋଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି ଏବଂ ଝାରସୁଗୁଡା ଜିଲାରେ ରହିଛି। ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ୫ ଜିଲାରେ ସ୍ବାଭାବିକ ଥିବାବେଳେ ୧୮ ଜିଲାରେ ନିଅଣ୍ଟିଆ ଏବଂ ୭ ଜିଲା ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ଯାଜପୁର ଏବଂ ଭଦ୍ରକରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।

ପଶୁପାଳକ ଆକଳନ କରି କହିଛନ୍ତି, ରାଜ୍ୟରେ ମୌସୁମି ବର୍ଷା ପାଇଁ ପାଣିପାଗ ଅନୁକୂଳ ହେବାରେ ଲାଗିଛି। ଫଳରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ହେବ। ୨୮ ବେଳକୁ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାରୁ ମାସ ଶେଷ ପର୍ଯ୍ୟନ୍ତ ଉଣା ଅଧିକେ ପ୍ରତିଦିନ ବର୍ଷା ହେବ। ୩୦ ବେଳକୁ ପଶ୍ଚିମ ଓଡ଼ିଶା ଉପରେ ସକ୍ରିୟ ରହିବାର ସମ୍ଭାବନା ରହିଛି। ବିଭିନ୍ନ ନମୁନାରୁ ଜଣାପଡୁଛି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରାଥମିକ ଆକଳନ କହୁଛି, ଏହି ଲଘୁଚାପ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories