ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ସାଲିଆ ସାହି ପାଲଟିଛି ଦେଶ ମଦର ହବ୍। ଆଜି ପୁଣି ମୁଣ୍ଡା ସାହିରେ ଚଢାଉ କରିଛି ଅବକାରୀ ବିଭାଗ। ଚଢାଉ ବେଳେ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଛି କମିଶନରେଟ ପୁଲିସ। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା। ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ଗତ ଦୁଇ ଦିନ ତଳେ ସାଲିଆ ସାହିରେ ଚଢାଉ କରି ତିନୋଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା ପୁଲିସ। ଚଢାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା।



