www.samajalive.in
Friday, December 5, 2025
20.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଚତୁଃପାର୍ଶ୍ବ ବିକାଶ କରାଯିବ

ସାକ୍ଷୀଗୋପାଳ: ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଚତୁଃପାର୍ଶ୍ବ ବିକାଶ କରାଯିବ। ଏଥି ପାଇଁ ଶୁକ୍ରବାର ପ୍ରଶାସନ ତରଫରୁ ଭିତ୍ତିଭୂମି ଅନୁଧ୍ୟାନ କରାଯାଇଛି। ମନ୍ଦିର ପରିସରରେ ଆଲୋକ ବ୍ୟବସ୍ଥା କରାଯିବ । ଆବଶ୍ୟକ ସ୍ଥାନରେ ନୂତନ ବିଦ୍ୟୁତ ଆଲୋକ ବ୍ୟବସ୍ଥା କରାଯିବ। ବେଢା ବାହାରେ ଓ ବେଢା ଭିତରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପାଦ ପ୍ରକ୍ଷାଳନ ପ୍ରକଳ୍ପର ମରାମତି ଓ ସମ୍ପ୍ରସାରଣ କରାଯିବ। ମନ୍ଦିର ରଙ୍ଗ କରାଯିବ। ମନ୍ଦିର ରୋଷ ଘର ମରାମତି କିମ୍ବା ଆବଶ୍ୟକ ହେଲେ ନୂତନ ରୋଷ ଘର ନିର୍ମାଣ କରାଯିବ। ବାହାର ବେଢାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଫୁଲ ଗଛ ଲଗାଯିବ। ଭକ୍ତମାନଙ୍କ ପାଇଁ ଚୌକି ବ୍ୟବସ୍ଥା କରାଯିବ। ଡ୍ରେନେଜ ବ୍ୟବସ୍ଥା ମରାମତି କରାଯିବ। ମନ୍ଦିର ବାହାର ବେଢାରେ ଖୋଲା ଥିବା ସ୍ଥାନରେ ଫେବର ବ୍ଲକ ଦିଆଯିବ। ପ୍ରଶାସନ ତରଫରୁ ଏହି ସବୁ ଉନ୍ନୟନ କାର୍ଯ୍ୟ ଲାଗି ବ୍ୟୟ ଅଟକଳ କରାଯିବ। ଆବଶ୍ୟକ ଅର୍ଥ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ। ଅର୍ଥ ଆସିବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।

ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ନିର୍ବାହୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ଅନୁରିକ୍ତା ଦାସ ପ୍ରମୁଖ ଆଜି ପୂର୍ବାହ୍ନରେ ମନ୍ଦିର ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ବ୍ୟୟ ଅଟକଳ ପରେ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଆବଶ୍ୟକୀୟ ଅନୁଦାନ ଯୋଗାଇ ଦିଆଯିବ ଓ ଖୁବ ଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମିର ବିକାଶ କରାଯିବ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories